*ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିଆରା ପ୍ରୟାସ*
ନାମ ଲେଖାଇଲେ *୪୫* ଅଧାରୁ ପାଠ ଛାଡ଼ିଥିବା ଶିକ୍ଷାର୍ଥୀ ଏବଂ *୧୪୦* ନାମ ଲେଖାପାଇଁ ଆବେଦନ
ହରଭଙ୍ଗା :-୧୬-୧ ଶିକ୍ଷା ବିଭାଗ ପକ୍ଷରୁ ଗତ ଏପ୍ରିଲ ଓ ମେ ୨୦୨୫ ଶିକ୍ଷା ବର୍ଷ ରେ ବିଦ୍ୟାଳୟ କୁ ପାଠ ପଢି ଆସୁନଥିବା ତଥା ବିଦ୍ୟାଳୟ ବାହାରେ ପାଠପଢା ଛାଡି ରହିଥିବା ୬ ରୁ ୧୮ ବର୍ଷର ପିଲାଙ୍କର ଏକ ବିଦ୍ୟାଳୟ ସ୍ତରରେ ସର୍ଭେ କରାଯାଇଥିଲା। ଉକ୍ତ ସର୍ଭେରେ ବ୍ଲକରେ ୭୮୦ ପିଲା ଚିହ୍ନଟ କରାଯାଇଥିଲା। ଏହି ପିଲା ମାନଙ୍କୁ ଵିଦ୍ୟାଳୟ କୁ ଫେରାଇ ଆଣିବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷଧିକାରୀଙ୍କ ନେତୃତ୍ୱରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ପ୍ରୟାସ କରି ୪୫ ଜଣ ଶିକ୍ଷାର୍ଥୀ
ଙ୍କ ନାମ ଲେଖାଇଥିଲେ । ଜିଲ୍ଲା ସ୍ତରରେ ସି ଆର ସି ସି ମାନଙ୍କୁ ତାଲିମ ଦିଆଯାଇଥିଲା।ସି ଆର ସି ସି ଓ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ସହାୟତାରେ ବିଦ୍ୟାଳୟ ବାହାରେ ଥିବା ୬ ରୁ ୧୪ ବର୍ଷର ସମସ୍ତ ପିଲାଙ୍କୁ ଵିଦ୍ୟାଳୟ କୁ ଫେରାଇ ଆଣିବାରେ ସଫଳ ହୋଇଥିଲେ। ମାତ୍ର ଅଧାରୁ ପାଠ ଛାଡିଥିବା ତଥା ଆଦୌ ବିଦ୍ୟାଳୟ ଆସୁନଥିବା ୧୪ ରୁ ୧୮ ବର୍ଷ ବୟସର ସମସ୍ତ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହରା ଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ସ୍ତରରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ମାତାପିତା ଙ୍କ ସହ ସାକ୍ଷ୍ୟାତ ଆଲୋଚନା କରି ବିଦ୍ୟାଳୟକୁଫେରାଇଆଣିବାକୁ ପ୍ରୟାସ କରିଥିଲେ। ଏନେଇ ଗତ ଡିସେମ୍ବର ୨୨ ତାରିଖରେ କ୍ଲଷ୍ଟର ସ୍ତରରେ ଶିକ୍ଷାସଭା ଆୟୋଜନ କରାଯାଇ ଥିଲା। ଉକ୍ତ ସଭାରେ ଦଶମ ଶ୍ରେଣୀ ଓ ଯୁକ୍ତ+୨ ପଢିବାକୁ ଚାହୁଥିବା ପିଲାଙ୍କ ଠାରୁ ନାମଲେଖା ଫର୍ମ ସଂଗ୍ରହ କରାଯାଇ ଥିଲା। ସେହି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ବ୍ଲକ୍ ସ୍ତରରେ ବ୍ଲକ ସ୍ତରୀୟ ମେଗା ଆଡ଼ମିଶନ କ୍ୟାମ୍ପ ପୁରୁଣାକଟକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଗୋଷ୍ଠୀ ଅଧିକାରୀ ହାଡିବନ୍ଧୁ ବେହରା ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତହୋଇଥିଲା। ଏଥିରେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ (SIOS) ଅଧୀନରେ ୪୫ ଜଣ ଶିକ୍ଷାଥୀ ଦଶମ ଶ୍ରେଣୀରେ ନାମ ଲେଖାଇଥିଲେ ଓ ଜାତୀୟ ମୁକ୍ତ ବିଦ୍ୟାଳୟ (NIOS) ରେ ଯୁକ୍ତ +୨ ରେ ୧୪୦ ଜଣ ଶିକ୍ଷାଥୀ ନାମ ଲେଖାଇଵାପାଇ ଆବେଦନ କରିଥିଲେ।
