କେଶପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ବ୍ଲକ ସାଜନପୁର ପଞ୍ଚାୟତ କେଶପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୬୭ ତମ ବାର୍ଷିକ ଉତ୍ସବ ମହାସମାରୋହରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସାଜନପୁର ପଞ୍ଚାୟତ ସରପଞ୍ଚ ଅଶ୍ଵିନୀ ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଜାମ୍ବେଶ୍ଵର ମହାବିଦ୍ୟାଳୟ ଗଣିତ ଅଧ୍ୟାପକ ମନିନ୍ଦ୍ର କୁମାର ଦୀକ୍ଷିତ, ସମ୍ମାନିତ ଅତିଥି ଭାବେ ଶିରାପୁର C R C C ରଶ୍ମିତା ପଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ସେନା କର୍ମଚାରୀ ତଥା ସମାଜସେବୀ ଜଗନ୍ନାଥ ମହାନ୍ତି, ୱର୍ଡ ସଭ୍ୟ ପ୍ରମୋଦ ନାୟକ ଓ ଅଜୟ ନାୟକ ଯୋଗଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ବିଦ୍ୟାଳୟ ର ଉପଦେଷ୍ଟା ମୋତିଲାଲ ମହାନ୍ତି ଯୋଗଦେଇ ବିଭିନ୍ନ ବର୍ଗର ଉତିର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି ବାର୍ଷିକ ଉତ୍ସବ ରେ ବିଦ୍ୟାଳୟ ର ଶିକ୍ଷକ ରତ୍ନାକର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ବିଶ୍ଵଭାରତୀ ଦାସ ପାଠ କରିଥିଲେ। ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ପୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରତ୍ନାକର ବେହେରା, ରାମମୋହନ ମୁର୍ମୁ, ସବିତା ନାୟକ , ବିଶ୍ଵ ଭାରତୀ ଦାସ ସହଯୋଗ କରିଥିଲେ। ମଞ୍ଚାସିନ ଅତିଥି ମାନେ ପିଲାମାନଙ୍କୁ ମୋବାଇଲ ଠାରୁ ଦୂରରେ ରହି ପାଠ୍ୟପୁସ୍ତକ କୁ ଆପଣାଇବା ପାଇଁ ବାର୍ତ୍ତା ଦେଇଥିଲେ।ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ନୂଆକରି ଶିକ୍ଷୟିତ୍ରୀ ଉକ୍ତ ବିଦ୍ୟାଳୟରେ ଯୋଗଦେଇଥିବା ସବିତା ନାୟକ ଙ୍କୁ ପ୍ରଧାନଶିକ୍ଷକ ଏବଂ ମଞ୍ଚାସିନ ଅତିଥି ବୃନ୍ଦ ଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ଵାଗତ କରାଯାଇଥିଲା। ସେହିପରି ଭାବେ ସମାଜସେବୀ ଭାବେ ବସନ୍ତ ପୋଇ ଏବଂ ମୋ ସ୍କୁଲ ସଭାପତି ରୂପେ ତପନ ନାୟକ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ରାମମୋହନ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ।
