ଫକୀରମୋହନ ନଗରରେ ଫକୀରମୋହନଙ୍କ ଜୟନ୍ତୀ ମହାସମାରୋହରେ ସମ୍ବିତ ବେହେରାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେମୁଣା ବିଧାୟକଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ କବି ପ୍ରଶାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ଚନ୍ଦ୍ରମଣୀ ମହାପାତ୍ର, ଗୋପୀନାଥ ଦାସ,କ୍ଷିତେଶୱର ଦାସ, ମଧୁସୂଦନ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, କାର୍ଯ୍ୟକ୍ରମକୁ ସ୍ନେହଲତା ଜେନା, ସ୍ମୃତି ପ୍ରଭା ନାଥ,ଜିତେନ ଲେଙ୍କା, ଶିବାନନ୍ଦ ପଣ୍ଡା,ବାବୁଲି ପାଣିଗ୍ରାହୀ, ଅଜିତ ପାଢ଼ୀ, ଭଗବାନ ବେହେରା ପ୍ରମୁଖ ପରିଚାଳନା କରିଥିଲେ।
