*ଖରୀଆର ରୋଡ ଏନ୍ ଏ ସି ମଧ୍ୟରେ ଏକ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟ ସ୍ଥାପନ ଦାବୀ ନେଇ ଅଧ୍ୟକ୍ଷା ଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଦାବୀ ପତ୍ର*
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୦୧.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଏନ୍ ଏ ସି ମଧ୍ୟରେ ଏକ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟ ସ୍ଥାପନ ଦାବୀ ନେଇ ଅଧ୍ୟକ୍ଷା ଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଖରୀଆର ରୋଡ ସହର ପଡୋଶୀ ରାଜ୍ୟ ସୀମା ରେ ଅବସ୍ଥିତ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ୪୦୦ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ମାନେ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ଅନ୍ୟତ୍ର ସହର ଉପରେ ନିର୍ଭର କରିଥାନ୍ତି। ତାଙ୍କ ପରିବାର ଙ୍କ ଆର୍ଥିକ ବୋଝ ପଡ଼ୁଥିବା ବେଳେ ମହିଳାଙ୍କ ପାଇଁ ଉଚ୍ଚ ଶିକ୍ଷା ପାଇଁ ଅନେକ କଷ୍ଟ ହୋଇଥାଏ। ତେଣୁ ଖରୀଆର ରୋଡ ଠାରେ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟ ସ୍ଥାପନ ଦାବୀ କରିଛନ୍ତି। ମନ୍ତ୍ରୀ ଦାବୀ ଗ୍ରହଣ କରିବା ସହ ଆସନ୍ତା ଦିନରେ ନିଶ୍ଚିତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗସ୍ତ ରେ ସମାଜସେବୀ ଗୋଲଡି ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।
