ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ମକର ସଂକ୍ରମଣ ଉତ୍ସବ ପାଳନ।
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ସୋର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ରାଧାନାଥ ପଡ଼ିଆରେ ମକର ସଂକ୍ରମଣ ଅନୁଷ୍ଠିତ ହୋଇଯାଇଛି। ସ୍ଵୟଂ ସେବକ ମାନେ ପୂର୍ଣ୍ଣ ଗଣବେସରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସୋର ଠାରୁ ଆରମ୍ଭ ହୋଇ ରାଧାନାଥ ପଡିଆ, ଅନନ୍ତପୁର ଛକ, ଘୋଡ଼ାସାହି ଓ ବ୍ଲକ ଛକ ହୋଇ ଛତ୍ରପୁର ଦେଇ ସୋର ସହର ର ପଥ ସଞ୍ଚାଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।ପରେ ରାଧାନାଥ ପଡ଼ିଆରେ ଶାରିରୀକ ପ୍ରଦର୍ଶନ ଘୋଷ ବୈଦିକ ଧ୍ୱଜା ବତରଣ କରାଯାଇଥିଲା। ଉକ୍ତ ସଂକ୍ରମଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ର ଶେଖର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂବକ ଉଦ୍ ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଷ୍ଣୁ ଚରଣ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୟ କୁମାର ଦାସ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡିଶା ଇତିହାସ ସଙ୍କଳନ ର ପ୍ରମୁଖ ବିକ୍ରମ କେଶରୀ ମହାପାତ୍ର ଯୋଗ ଦେଇ ଭାରତର ବିପତ୍ତି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଭୂମିକା , ଭାରତକୁ ରାଷ୍ଟ୍ର ଗୁରୁ ବନେଇବା ପାଇଁ ଯୁବକ ମାନଙ୍କ ର ଭୂମିକା ଏବଂ ଭାରତ ମାତା କୁ ଐଶ୍ୱର୍ଯ୍ୟ ବନାଇବା ପାଇଁ ଆହ୍ୱାନ ଦେବା ସହ ଭାରତୀୟ ସଂସ୍କୃତି, ସଂସ୍କାର ଇତିହାସ ଏବଂ ଐତିହ କୁ ବିଶ୍ଵ ଦରବାରରେ ପହଞ୍ଚିବା ପାଇଁ ସଂଙ୍କଳ୍ପ ବଦ୍ଧ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ। ଧନଞ୍ଜୟ ଧଡା, ଶବ୍ୟସାଚି ରଣା,ପି ଏମ୍ ଓମ୍ ପ୍ରକାଶ, କାହ୍ନୁଚରଣ ବେହେରା, ଗୋବିନ୍ଦ ନାୟକ, ଅନାମ ପଣ୍ଡା, ନିରଞ୍ଜନ ଯେନା, ଇଶ୍ଵର ଚନ୍ଦ୍ର ବେହେରା, ପ୍ରଭାସ ମହାପାତ୍ର, ଗୈରୀ ଶଙ୍କର ଘଡ଼ାଇ, ଖଗେନ୍ଦ୍ର ପ୍ରଧାନ, ଶଶିକାନ୍ତ ମିଶ୍ର, ହେମେନ୍ଦ୍ର ମହାନ୍ତି, ନଳୀନକାନ୍ତ ମହାପାତ୍ର, ଆଶିଷ ଦାସ, ରବିନ୍ଦ୍ର ଜେନା ଙ୍କ ସମେତ ପ୍ରାୟ ୨୫୦ ରୁ ଅଧିକ ସ୍ୱୟଂ ସେବକ ମାନେ ଯୋଗ ଦେଇଥିଲେ।
