ଚାଉଳ ଚୋରି ଅଭିଯୋଗ, ଖଡିଆଳ ଥାନା ରେ ମାମଲା ରୁଜୁ, ତିନି ଅଭିଯୁକ୍ତ ଗିରଫ କୋର୍ଟ ଚାଲାଣ**
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଖଡ଼ିଆଳ ଥାନା ରେ ଚାଉଳ ଚୋରି ଅଭିଯୋଗ।ରାୟପୁର ଗୋବିନ୍ଦ ପ୍ରସାଦ ଜିନ୍ଦଲ ଙ୍କ ଟ୍ରାନ୍ସପୋର୍ଟ ରୁ ୩୦ ଡିସେମ୍ବର ରେ ଗାଡି ରାଇପୁର ra ଟ୍ରାନ୍ସପୋର୍ଟ ରୁ ୭୦୦ ବସ୍ତା big boss ବ୍ରାଣ୍ଡ ର ଚାଉଳ ବୋଝେଇ ଟ୍ରକ ନମ୍ବର CG04NX 7277। ରାଇପୁର ରୁ ବିଶାଖାପାଟଣା ଯାଉଥିବା ସମୟରେ ଖରିଆର ଅଞ୍ଚଳ ରେ ୨୮୨ ବସ୍ତା ଚାଉଳ ଚୋରି ଅଭିଯୋଗ, ଖଡିଆଳ ଥାନା ରେ ମାମଲା ରୁଜୁ, ତିନି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ସେମାନେ ହେଲେ ୧-ଜଳନ୍ଧର ଚଲାନ, ୨-ଚିତ୍ତଦେବ ବେହେରା, ୩-ଲାଇବାନ ନିଧି ଚଲାନ। ତିନି ଅଭିଯୁକ୍ତ ଙ୍କୁ BNS ଧାରା ୩୦୬/୩୧୬(୪) ତା ୦୮/୦୧/୨୬ ଖଡ଼ିଆଳ ଥାନା ରେ କେସ ରୁଜୁ କରି ଗିରଫ କରିଥିବା ବେଳେ ୨୪୦ ବସ୍ତା ଚାଉଳ ଉଦ୍ଧାର ହୋଇଅଛି। ଏନ୍ ବକେୟା ୪୨ ବସ୍ତା ଚାଉଳ ଟଙ୍କା ଜବତ କରିଛନ୍ତି। ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି। ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଏବଂ ଏସଡିପିଓ ଉପେନ୍ଦ୍ର ପ୍ରଧାନ ଓ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।
