*ଜାମୁନିଆଁ ଆଞ୍ଚଳିକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣୀୟ*
ବସ୍ତା:- (ନିପ୍ର) ସେଖ ଆଜାରୁଦ୍ଦିନ
ଓଡ଼ିଶାର ପରମ୍ପରାକୁ ବଞ୍ଚାଇ ରଖିବା ସହିତ ଆଗାମୀ ପିଢ଼ି ର ଯୁବକ ଯୁବତୀ ମାନେ କିଛି ଶିଖିବା ଉଦେଶ୍ୟରେ ବିଶେଷ ଭାବରେ ରୁପ୍ସା ଗଡପଦା ଗ୍ରାମପଞ୍ଚାୟତ ଜାମୁନିଆଁ ଗ୍ରାମ ଆଞ୍ଚଳିକ ମହୋତ୍ସବ ନୂଆ ବର୍ଷରେ ଆରମ୍ଭ କରିଛନ୍ତି l ଆଜି ଦ୍ୱିତୀୟ ସନ୍ଧ୍ୟା ରେ ଆଞ୍ଚଳିକ ମହୋତ୍ସବ ର ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ର ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ମହୋତ୍ସବ ର ଦ୍ୱିତୀୟ ସନ୍ଦ୍ୟାରେ ମୁଖ୍ୟ ଅତିଥି ଭାବରେ ବସ୍ତା ନିର୍ବାଚନ ମଣ୍ଡଳୀର ନେତା ରବୀନ୍ଦ୍ର ନାଥ ଅଣ୍ଡିଆ, ମୁଖ୍ୟ ବକ୍ତା ବୈଶିଙ୍ଗା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟିକା ପ୍ରମିଳା ଗିରି, ସମ୍ମାନିତ ଅତିଥି ଭାବରେ ଦେବାଶିଷ ମହାପାତ୍ର, ରବୀନ୍ଦ୍ର କୁମାର ବେହେରା, ନିରଞ୍ଜନ ବାରିକ ଙ୍କୁ ସ୍ୱାଗତମ କରାଯାଇଥିଲା l ପ୍ରଥମେ ସମସ୍ତ ମଞ୍ଚାସିନ ବ୍ୟକ୍ତି ଙ୍କ ଦ୍ୱାରା ଜଗନ୍ନାଥଙ୍କ ଉଦେଶ୍ୟ ରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା l ଚକ୍ରଧର ଆଚାର୍ଯ୍ୟ ଙ୍କ ଦ୍ୱାରା ବେଦପାଠ, ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ସୁଶ୍ରୀ ପ୍ରିୟଦର୍ଶିନୀ ବାରିକ l ଅତିଥି ମାନେ ପରସ୍ପର ଭିତରେ ଭାଇଚାରା ବଜାଇ ରଖିବା ବିଷୟରେ ଆଲୋକ ପାତ କରିଥିଲେ l ସାମ୍ବାଦିକ ଚାନସିଲର ରାଉତ ଙ୍କୁ ଅନୁଷ୍ଠାନ ତରଫରୁ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଆଞ୍ଚଳିକ ମହୋତ୍ସବ ର ସାଧାରଣ ସମ୍ପାଦକ ସୁଜନ କୁମାର ଧଳ, ଉପ ସଭାପତି ତପନ କୁମାର ସିଂ, କୋଷାଧକ୍ଷ ଅଜୟ କୁମାର ବାରିକ, ସମ୍ପାଦକ ତପନ କୁମାର ଦଳାଇ, ତପନ କୁମାର ବାରିକ, ଶୁଭ ଚିନ୍ତକ ରତିକାନ୍ତ ଦାସ, ସଦସ୍ୟ ପ୍ରତାପ ସିଂ, ନରହରି ବେହେରା, ଭଗବାନ ବେହେରା, ଲମ୍ବୋଦର ସିଂ, ଅଭିମନ୍ୟୁ ବେହେରା, ଅମୁଲ୍ୟ ସିଂ, ଚକ୍ରଧର ଆଚାର୍ଯ୍ୟ, ଲଖଣ ସେଠି, ଚନ୍ଦନ ବାସ୍କେ, ଦେବେନ୍ଦ୍ର ଆଚାର୍ଯ୍ୟ, କମଳା କାନ୍ତ ସାହୁ, ଯଶବନ୍ତ ସେଠି ଙ୍କ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଥିଲା l
