ଢ଼େଙ୍କାନାଳର ରାଜବାଟୀ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ସଦର : ଇତିହାସର ସହର ଢ଼େଙ୍କାନାଳ । ଏହା ରାଜକୀୟ ପରମ୍ପରାର ପ୍ରତୀକ । ଢେଙ୍କାନାଳ ଗଜଜାତ ରାଜ୍ୟରେ ଘଟିଥିଲା ଅନେକ ସ୍ମମଣୀୟ ଘଟଣା। ଢେଙ୍କାନାଳର ରାଜବାଟୀ ଅତୀତର ସେହି ମୂଲ୍ୟବାନ ଶୃତିର ସନ୍ତକ । କେବଳ ଇତିହାସ ଦୃଷ୍ଟିରୁ ନୁହେଁ,ସ୍ଥାପତ୍ୟ ଏବଂ ଐତିହର ଦୃଷ୍ଟିରୁ ଏଇ ରାଜବାଟୀ ଗୁରୁତ୍ଵପୂର୍ଣ । ଢେଙ୍କାନାଳର ବସଷ୍ଟାଣ୍ଡ ଠାରୁ ୧ କିଲୋମିଟର ଦୂରରେ ରହିଛି ରାଜବାଟୀ। ପାଣିଓଳା ପହାଡରେ ଅବସ୍ଥିତ ଢେଙ୍କାନାଳର ରାଜବାଟୀର ମୁଖ୍ୟ ଦ୍ଵାରଟି ଖୁବଉଚ୍ଚ । ଏହା ହେଉଛି ଓଡ଼ିଶାର ଏକମାତ୍ର ଦୁର୍ଗ ରାଜବାଟୀ ଯାହା ଏ ପର୍ଯ୍ୟନ୍ତ ସଂରକ୍ଷିତ ଅବସ୍ଥାରେ ଅଛି। ଦିନଥିଲା ଏଠାରୁ ହିଁ ପୂର୍ବତନ ରାଜାମାନେ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖୁଥିଲେ। ଆଉ ତା ସହିତ ଦୂର୍ଗର ସୁରକ୍ଷା ମଧ୍ୟ କରୁଥିଲେ। ଏଇ ରାଜବାଟୀକୁ ନିର୍ମାଣ କରିଥିଲେ। ତତ୍କାଳୀନ ରାଜା ସାହେବ ଭାଗିରଥି ମହେନ୍ଦ୍ର ବାହାଦୁର ୧୮୫୦ ରୁ ୧୮୬୦ ମସିହା ମଧ୍ୟରେ । ରାଜବାଟୀର ପ୍ରବେଶ ଶପଥ ଖୁବସୁନ୍ଦର ଓ କାରୁକାର୍ଯ୍ୟପୂର୍ଣ୍ଣ । ସିଂହଦ୍ବାର ଉପରେ ରହିଛି ପ୍ରକୋଷ୍ଠ ଭଳି ସ୍ଥାନ ଏହାକୁ କୁହାଯାଏ ମହବତ୍ ଖାନା ଏଠାରେ ସାହାନାଇ ଓ ଯୋଡ଼ି ନାଗରା ପ୍ରଭୁତି ବଜାଇ ପ୍ରସ୍ତୁତି ବାଦ୍ୟକାରମାନେ ଅତିଥିମାନଙ୍କୁ ସ୍ବାଗତ କରୁଥିଲେ। ସିଂହଦ୍ଵାର ପରେ ରାଜକୀୟ ଉଦ୍ୟାନ ରହିଛି ଏବଂ ଏହି ଉଦ୍ୟାନ ଦେଖିବାକୁ ଖୁବସୁନ୍ଦର ଓ ଏହା ପରେ ପଡ଼େ ବୈଠକଖାନା ଦେଖିଲେ ଆଖି ଝଲସି ଉଠିବ । କେତେ ସୁନ୍ଦର ଭାବରେ ସଜ୍ଜିହୋଇରହିଛି ଏଇ ରାଜବାଟୀ। ବୈଠକଖାନା ଏବଂ ଏହାକୁ ଲାଗି ରହିଥିବା ଗୁଡିକର ସଜସଜ୍ଜା ଗୁଡିକ ଅତୁଳନୀୟ ।ରାଜପ୍ରସାଦରେ ଥିଲା ପଖାପାଖ ଶହେରୁ ଅଧିକ ରୁମ୍। ବୈଠକଖାନରେ କେତେ ଯେ ଐତିହାସିକ ଆଲୋଚନା ହୋଇଥିଲା ତାର ହିସାବ ନାହିଁ। ୧୮୩୫ ମସିହାରେ ଢ଼େଙ୍କାନାଳର କଳାପାଣି ଜଙ୍ଗଲରେ ବଣୁଆ ହାତାଟିଏ ପାଗଳ ହୋଇ ଅନେକ ଲୋକଙ୍କୁ ମାରି ଦେଉଥିଲା ଆଉ ସେତେବେଳେ ପଟାୟତ ରାଜା ନୃସିଂହ ପ୍ରସାଦ ହାତୀଟିକି ଶିକାର କରିଥିଲେ। ବର୍ତମାନ ସେଇ ହାତୀର ମୁଣ୍ଡ ବୈଠକଖାନାରେ ଏବେ ସଂରକ୍ଷିତ ଅଛି। ଆଜିକୁ ୨୦୦ ବର୍ଷତଳେ ରାଜପରିବାରକୁ ଅନ୍ୟ ଏକ ରାଜବଂଶ ପକ୍ଷରୁ ମିଳିଥିଲା ଏକ ପିୟାନ ଉପହାର ଭାବରେ ଆଜିବି ସେ ପିୟାନ ସୁରକ୍ଷିତ ଭାବରେ ଅଛି ଏବଂ ଏବେବି ଏଥିରୁ ସୃଷ୍ଟି ହୁଏ ସଙ୍ଗୀତର ଝଙ୍କାର । ଏମିତି ଅନେକ ପ୍ରକାର ଜିନିଷ ଦେଖିବାକୁ ମିଳେ । ଏହା ପରେ ପଡ଼େ ରାଜକୀୟ ରଙ୍ଗମହଲ । ଏହି ରଙ୍ଗମହଲ କାନ୍ଥରେ ଯେଉଁ ପୁରାତନ ଫଟଲାଗି ରହିଛି ପୂର୍ବତନ ରାଜା ସାହେବ ଶଙ୍କରପ୍ରତାପ,ସୁରପ୍ରତାପ,ଦିନବନ୍ଧୁ ମହେନ୍ଦ୍ର ବାହାଦୁର ଏବଂ ଭାଗିରଥି ମହେନ୍ଦ୍ର ବାହାଦୁରଙ୍କ ଫଟ ସହିତ ବର୍ତ୍ତମାନର ସୁଯୋଗ୍ୟ ସନ୍ତାନ ରାଜା ସହେବ ବ୍ରିଗେଡିୟର କମାକ୍ଷା ପ୍ରସାଦ ସିଂହଦେଓ ଏବଂ ମହାରାଣୀ ସାବିତ୍ରୀ ଦେବୀଙ୍କର ଫଟଗ୍ରାଫ୍ ମଧ୍ୟ ରହିଛି। ଏବେବି ରଙ୍ଗମହଲର ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିରଠେ। ଯେତେବେଳେ କୌଣସି ସ୍ବତନ୍ତ୍ର ଅତିଥି ଏହି ଢେଙ୍କାନାଳର ରାଜବାଟୀକୁ ଆସନ୍ତି, ନଚେତ ସ୍ୱତନ୍ତ୍ର ପର୍ବପର୍ବାଣୀ ପଡ଼େ । ଏହି ରଙ୍ଗମହଲରେ ଓଡ଼ିଶାର ବହୁ ଖ୍ୟତନାମା କଳାକାର ନାଟ୍ୟନୁଷ୍ଠାନ ନିଜର ପ୍ରତିରା ପ୍ରଦର୍ଶନ କରି ସାରିଛନ୍ତି। ରଙ୍ଗମହଲ ବାହାରେ ଦେଖିବାକୁ ମିଳେ ଏକ ସୁନ୍ଦରମଣ୍ଡପ ରାଜପରିବାର ମାନଙ୍କ ବିବାହ କିମ୍ବା ବ୍ରର୍ତ୍ତପ୍ରନୋୟନ ଉତ୍ସବ ଅନୁଷ୍ଠିତ ହୁଏ। ଓଡ଼ିଶାର ରାଜକୀୟ ସଂସ୍କୃତିକୁ ଲେକପ୍ରିୟ କରାଇବା ପାଇଁ ଏବେ ଏକଅତିଥି ଭବନ କରାଯାଇଛି। ଓଡ଼ିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ଏଇଠି ଆତିଥ୍ୟ ପ୍ରଦାନ କରାଯାଏ ଏବଂ ବିଭିନ୍ନ ରୁମ୍ ଗୁଡ଼ିକୁ ସୁନ୍ଦରଭାବରେ ସଜ୍ଜାଯାଏ। ଏହି ରୁମର ପୁରାପୁରି ସମାନ୍ତ ଆଉ ଝରକା ଖୋଲିଲେ ଦେଖା ଯାଏ ପାହାଡର ସବୁଜ ସୌନ୍ଦର୍ଯ୍ୟ। ଢ଼େଙ୍କାନାଳର ରାଜବାଟୀ ସ୍ବାଗତ କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା ଅଛି। ଇଏ ଏକ ଭିନ୍ନଧରଣର ପର୍ଯ୍ୟଟନ । ଯାହା ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଆସୁଛି,ଏହି ରାଜବାଟୀର ସୌନ୍ଦର୍ଯ୍ୟ ପାଇଁ ।
