ଖୁସି ମହୋତ୍ସବ -୨୦୨୫ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।
ସୋର(ଭଞ୍ଜଦୂତ,ନିପ୍ର, ଜ୍ୟୋତିପ୍ରକାଶ)::: ଲୋକ ସଂପର୍କ ଓ ଭାଇଚାରାର ଗଣପର୍ବ ‘ଖୁସି ମହୋତ୍ସବ-୨୦୨୫’ ଉପଲକ୍ଷେ ସୋର ପାଖର ଛକ ଠାରେ
ଡିସେମ୍ବର ୨୫ ଗୁରୁବାର ଠାରୁ ଡିସେମ୍ବର ୨୯ ସୋମବାର ପଯ୍ୟନ୍ତ ଆୟୋଜିତ କରାଯିବ ବୋଲି ମହୋତ୍ସବ କମିଟି ଦ୍ୱାରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଓଡ଼ିଶାର ସମସ୍ତ ବର୍ଗର କବି, ଲେଖକ, କଳାକାର, ଭାବୁକ, ଚିତ୍ରଶିଳ୍ପୀ, କଥାବାଚକ, ନୃତ୍ୟଶିଳ୍ପୀ, ଶିକ୍ଷାବିତ୍, ଓ ସମାଜ ସେବକ ମାନଙ୍କୁ ନେଇ ପଞ୍ଚ ଦିବସ ବ୍ୟାପୀ ଏହାକୁ ମହାଆଡ଼ମ୍ବରରେ ପାଳନ କରାଯିବ ଏବଂ ସମସ୍ତ ବର୍ଗର ଦୋକାନୀ, ରାମଦୋଳି, ସର୍କସ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ଏଥର ବିଶେଷ ଆକର୍ଷଣ ଭୂତ କୋଠୀର ଆୟୋଜନ କରାଯାଇଛି ବୋଲି କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଥିଲା। ପ୍ରତ୍ୟେହ ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ମଞ୍ଚ ଚଳ ଚଞ୍ଚଳ ରହିବା ସହିତ ସମସ୍ତ ପ୍ରକାର ଦୋକାନୀ ବନ୍ଧୁଙ୍କ ସହିତ ସାଧାରଣ ଲୋକେ ପାଞ୍ଚଦିନ ବ୍ୟାପି ଉପସ୍ଥିତ ରହି ମହୋତ୍ସବଟିକୁ ସଫଳ କରାଇବାକୁ କମିଟି ତରଫରୁ ନିବେଦନ କରାଯାଇଛି। ସଭାପତି ବଂଶୀଧର ପଣ୍ଡାଙ୍କ ସଭାପତିତ୍ୱରେ ଅଧ୍ୟକ୍ଷ ଦେବେନ୍ଦ୍ର ପାତ୍ର,ଉପସଭାପତି ସେକ ଭେକୋଉଦିନ, ସମ୍ପାଦକ ଶୁଭେନ୍ଦୁ ଦାସ, ସହ ସମ୍ପାଦକ ସୁଜିତ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର କର ପ୍ରମଖୁ ଉପସ୍ଥିତ ରହି ସୂଚନା ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ଦୀପ୍ତିକାନ୍ତ ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ସତ୍ୟ ନାରାୟଣ ମଲ୍ଲିକ, ବିଶ୍ୱନାଥ ରଣାଙ୍କ ସହ ଅନ୍ୟ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ।
