*ନୁଆପଡାରେ ଷଷ୍ଠତମ ଜିଲ୍ଲା ପରିଷଦର ନବମ ବୈଠକ ଅନୁଷ୍ଠିତ l*
ନୁଆପଡା(ମିଖାଏଲ ନନ୍ଦ)
, ୨୪/୧୨
ନୁଆପଡା ଜିଲ୍ଲାରେ ଷଷ୍ଠତମ ଜିଲ୍ଲା ପରିଷଦର ନବମ ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଡଲି ମାଝୀଙ୍କ ଅଧକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହିତ ମାନ୍ୟବର ଖରିଆର ବିଧାୟକ ଅଧିରାଜ ମୋହନ ପହିଗ୍ରାହୀ, ମାନ୍ୟବର ନୂଆପଡା ବିଧାୟକ ଜୟ ଢୋଲକିୟା, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପ୍ରସନ୍ନ ପାଢୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦିପ ପ୍ରମୁଖ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଡଲି ମାଝୀ ନବନିର୍ବାଚିତ ନୂଆପଡା ବିଧାୟକ ଜୟ ଢୋଲକିୟା ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ l ଏହି ସଭାରେ ଜିଲ୍ଲା କୃଷି , ସ୍ବାସ୍ଥ୍ୟ , ଶିକ୍ଷା, ମତ୍ସ୍ୟ, ସମାଜ ମଙ୍ଗଳ ,ଖାଦ୍ଯ ଯୋଗାଣ , ପ୍ରାଣୀ ସମ୍ପଦ, ଜଳ ଓ ପରିମଳ ଆଦି ୧୩ ଟି ବିଭାଗର କାର୍ଯ୍ୟାବଳୀ ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ଗତ ସଭାରେ ଅନୁମୋଦନ ହୋଇଥିବା ଖସଡ଼ାର ଅଗ୍ରଗତି ଉପରେ ସମୀକ୍ଷା ହୋଇଥିଲା । ସମସ୍ତ ୧୪ଟି ଜିଲ୍ଲା ପରିଷଦର ସଦସ୍ୟ, ୫ଟି ବ୍ଲକର ଅଧ୍ୟକ୍ଷା, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଏହି ସଭାରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
