*ଶିଶୁ ଶ୍ରମ ମୁକ୍ତ ଜିଲ୍ଲା ଗଠନ ପାଇଁ ନୂଆପଡାରେ ରାହାଗିରି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
ତା ୨୪/୧୨ –
ନୂଆପଡା ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ରାହାଗିରି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ତଥା ଓଡିଶା ଗଠନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ଆଜି ସକାଳ ୭ ଘଣ୍ଟା ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକତା ଛକ ପର୍ଯ୍ୟନ୍ତ ଶିଶୁ ଶ୍ରମିକ ନିରାକରଣ ଓ ଉଚ୍ଛେଦ ନିମିତ୍ତ ଏହି ରାହାଗିରି ଆୟୋଜିତ ହୋଇଯାଇଛି । ମାନ୍ୟବର ନୂଆପଡା ବିଧାୟକ ,ଶ୍ରୀ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ, ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସିଡିଏମଓ ଡଃ ଧନେଶ୍ୱର ସେଠୀ, ଉପଜିଲ୍ଲାପାଳ ସୂର୍ମି ସୋରେନ ପ୍ରମୁଖ ଅତିଥି ଭାବରେ ସମାରୋହରେ ଯୋଗ ଦେଇଥିଲେ l ରାହାଗିରି ନିମନ୍ତେ ଯୋଗ, ଚିତ୍ରକଳା, ଗୀତ, ନୃତ୍ୟ, ରଙ୍ଗୋଲି, ଦୌଡିଟଣା, ପୁଚି, ସ୍ଲୋ ସାଇକେଲ, ଦଳଗତ ନୃତ୍ୟ, ଦଳଗତ ସଙ୍ଗୀତ, ମେହେନ୍ଦୀ, ସ୍ଲୋଗାନ ଲେଖା, ସ୍ପୁନ ଲେମନ ରେସ୍ ଇତ୍ୟାଦି ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାମାନଙ୍କରେ ୧୦୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ରାହାଗିରି କାର୍ଯ୍ୟକ୍ରମରେ ଉତ୍ସାହ ସହିତ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଶିଶୁଶ୍ରମିକ ପ୍ରଥା ଆମ ସମାଜ ପାଇଁ ଏକ ବ୍ୟାଧି l ଏହାର ନିରାକରଣ ଏବଂ ଉଚ୍ଛେଦ କରିବା ନିମନ୍ତେ ଆମେ ସମସ୍ତେ ଦୃଢ଼ ପଦକ୍ଷେପ ନେବା ଜରୁରୀ ।ଶିଶୁମାନଙ୍କୁ ପାଠ ପଢିବାର ସୁଯୋଗ ଦେଇ ତାଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସହଯୋଗ କରିବା ଆମର କର୍ତ୍ତବ୍ୟ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଜଶ୍ମୀନ ଶୁଭଦର୍ଶିନୀ ସାହୁ, ଆର ଟିଓ ଶର୍ମିଳା ମହାରଣା, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ଵାସ, ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ ଏବଂ ଅତିଥି ମାନେ ମାନପତ୍ର ତଥା ଟ୍ରଫି ଦେଇ ସମ୍ମାନିତ କରିଥିଲେ। ରାହାଗିରି କାର୍ଯ୍ୟକ୍ରମ ପାଇଁ ଆଜି ନୂଆପଡା ସହର ସଂପୂର୍ଣ୍ଣ ଭାବରେ ଉତ୍ସବ ମୁଖର ହୋଇଉଠିଥିଲା l
