
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ ଖଳିଗାଡ, ଗ୍ରାମର ଯୁଗଳ ପ୍ରଧାନ ଙ୍କ ପୁଅ, ବବୁଲ ପ୍ରଧାନ ବୟସ 28 ଓ ଶ୍ରୀବତ୍ସ ପ୍ରଧାନ ଙ୍କ ପୁଅ ସୁବ୍ରତ ପ୍ରଧାନ ବୟସ 30 ଉଭୟ ଏକ ବାଇକିରେ ବସି ଭାଲୁମୁଣ୍ଡା ଛକରୁ ବାହାରି ଆଲୁଅଝରଣ ଦିଗକୁ ଯାଇଥିବା ପୂର୍ତ୍ତବିଭାଗ ରାସ୍ତାରେ କଟକ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଇକ୍ ରୁ ପଡ଼ି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଦୁଇଜଣଙ୍କୁ ପ୍ରଥମେ କୁମୁସୀ ମେଡିକାଲ ପଠାଇବା ପରେ କୈାଣସି ଡାକ୍ତର ନଥିବାରୁ ତାଙ୍କୁ ଚିକିତ୍ସା ପାଇଁ ପରଜଙ୍ଗ ମେଡିକାଲ ପଠାଇବାକୁ ସକ୍ଷମ ହୋଇଥିଲେ ସେଠାରେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି ଉଭୟ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇଜଣ ବ୍ୟକ୍ତି ଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର