ବାଲିଘର ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଅଙ୍ଗବସ୍ତ୍ର ବଣ୍ଟନ।
ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଇବ୍ରିସିଂ ପଞ୍ଚାୟତର ଜାବେଢୁଆଁ ଗ୍ରାମର ୧୫ ଜଣ ବରିଷ୍ଠ ନାଗରିକଙ୍କୁ ବାଲିଘର ଫାଉଣ୍ଡେସନ ପକ୍ଷରୁ ନୂତନ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍ୱ।ବଧାନରେ ଓ ଅନୁଷ୍ଠାନର ଉପଦେଷ୍ଟା କବି ବିଜୟ କୁମାର ଖଟେଇ ତଥା ସକ୍ରିୟ ସଦସ୍ୟ ଗୋପାଳ କୃଷ୍ଣ ଦାସଙ୍କ ସହଯୋଗରେ ବଣ୍ଟନ କରାଯାଇଥିଲା। ବରିଷ୍ଠ ନାଗରିକ ମାନେ ସମାଜର ମେରୁଦଣ୍ଡ ଓ ପଥ ପ୍ରଦର୍ଶକ।ପରିଣତ ବୟସର ସେଇ ଜୀବନ୍ତ ଦେବତା ମାନଙ୍କ ପାଇଁ କିଛି କର୍ତ୍ତବ୍ୟ ସମ୍ପାଦନ କରିବାର ଆଭିମୁଖ୍ୟ ନେଇ ଫାଉଣ୍ଡେସନ ପକ୍ଷରୁ ସଂପୃକ୍ତ ଗ୍ରାମର ଗୋବର୍ଦ୍ଧନ ବେହେରା, ବଂଶୀଧର ବେହେରା, ବିଷ୍ଣୁ ମଳିକ, କୈଳାସ ମଳିକ, ସତ୍ୟାନନ୍ଦ ବେହେରା, ଅନାଦି ଘଡେଇ, କଣ୍ଡୁରି ବେହେରା, ଅଶୋକ ସାହୁ, ବସନ୍ତ ଦାସ,ଖତୁ ବେହେରା, ମୂରଲୀଧର ବେହେରା, ଜୟୀରାମ ମଳିକ, ବିକ୍ରମ ମଳିକ, ଧରଣୀଧର ବେହେରା ଓ ଅଲେଖ ସାହୁ ପ୍ରମୁଖଙ୍କୁ ଅଙ୍ଗବସ୍ତ୍ର ଦିଆଯାଇ ଆଶୀର୍ବାଦ କାମନା କରାଯାଇଛି।
