ପଂଚାୟତ ସ୍ତରୀୟ ପ୍ରଥମ ଲୋକକଳା ମହୋତ୍ସବ -2025 ଆଡ଼େଣୀଗଡ ଗ୍ରାମପଂଚାୟତ ଅନ୍ତର୍ଗତ ବାରିଙ୍ଗି ଗ୍ରାମରେ 22-12-2025 ରେ ଉଦଘାଟନ ହୋଇଯାଇଛି l ପ୍ରଥମ ଦିବସରେ ସାଗର ଫାଉଣ୍ଡେସନ ର ଅଧ୍ୟକ୍ଷ ତଥା ସମାଜସେବୀ ସାଗର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହୋତ୍ସବ କୁ ଶୁଭ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅଞ୍ଚଳର ଶିକ୍ଷାବିତ ତଥା ସମାଜସେବୀ ଉମାଶଙ୍କର ପଟ୍ଟନାୟକ, ପୂର୍ଣଚନ୍ଦ୍ର ଭୋଇ ଯୋଗଦାନ କରିଥିଲେ l
