ହଷ୍ଟେଲ ରେ ଅନଧିକାର ପ୍ରବେଶ ଓ ଖବର ପ୍ରସାରଣ ନେଇ ଅଭିଭାବକ ଏବଂ ରୋଷେୟା ମହଲରେ ଅସନ୍ତୋଷ….
ହରଭଙ୍ଗା :20/12. ଅନୁସୂଚିତ ଜନଜାତି 100 ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରା ବାସ କୁସଙ୍ଗ ଉଚ୍ଚ ବିଦ୍ୟାଳୟ ରେ ଅନଧିକାର ପ୍ରବେଶ ସହିତ ଖାଦ୍ୟର ମାନ ଯାଞ୍ଜ ଓ ବାଧ୍ୟତା ମୂଳକ ଖବର ପ୍ରସାରଣ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅଭିଭାବକ, ରୋଷେୟା ମହଲ ରେ ଅସନ୍ତୋଷ ସୃଷ୍ଟି ପାଇଥିବା ଏବଂ ହଷ୍ଟେଲ ଛାତ୍ର ଭୟଭୀତ ଥିବା ସୂଚନା ରହିଛି l ଏନେଇ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ହଷ୍ଟେଲ ପରିଦର୍ଶନ କରିଥିବା ଦେଖାଯାଉଛି l ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ କୁସଙ୍ଗ ଅନୁସୂଚିତ ଜନଜାତି ହଷ୍ଟେଲ ର ଦାୟିତ୍ୱ ରେ ଥିବା ସରୋଜିନୀ ମଣ୍ଡଳ ବ୍ୟକ୍ତିଗତ କାର୍ଯ୍ୟକୁ ନେଇ ଚଳିତ ମାସ 14ଓ 15ତାରିଖ ଛୁଟିରେ ଥିବା ବେଳେ 16/12.2025ରିଖ ସକାଳ 8ଘଣ୍ଟା ରୁ 9ଘଣ୍ଟା ଭିତରେ ଏକ ୱେବ ଚ୍ୟାନେଲ ର ରିପୋର୍ଟର ହଷ୍ଟେଲ ଭିତରେ ପ୍ରବେଶ କରି ଖବର ପ୍ରସାରଣ କରି ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଥିଲେ l ଫଳରେ ଘଟଣା ପ୍ରଘଟ ହୋଇଥିଲା l ଘଟଣା ବାବଦ ରେ ଶ୍ରୀମତୀ ମଣ୍ଡଳ ଙ୍କୁ ପଚାରିବାରୁ ମୁଁ ଦୁଇଦିନ ଛୁଟି ରେ ଥିଲି ଓ ଆସିଷ୍ଟାଣ୍ଟ ଶିକ୍ଷକ କପିଳାସ ଯାନୀ ଙ୍କୁ ହଷ୍ଟେଲ ଦାୟିତ୍ୱ ଦେଇଥିଲି l ଯେତେବେଳେ 16ତାରିଖ ମୁଁ ସ୍କୁଲ ଆସିଲି ଦେଖିବାକୁ ପାଇଲି ଏକ ୱେବ ରିପୋଟର ବିନା ଅନୁମତି ରେ ହଷ୍ଟେଲ ଭିତରକୁ ପାଚେରୀ ଡେଇଁ ଆସି ହଷ୍ଟେଲ ଭିତରେ ପଶି ଛାତ୍ର ଖାଉଥିବା ଖାଦ୍ୟ, ବ୍ୟବହୃତ ହେଉନଥିବା ପାଇଖାନା ଭିଡ଼ିଓ କରି ଖାଦ୍ୟ ନିମ୍ନ ମାନର ବୋଲି ମୋତେ ପ୍ରଶ୍ନ କରିଥିଲେ l ମୁଁ ଯେତେବେଳେ ଛୁଟି ରେ ଥିଲି କିଛି ଜାଣି ନ ପାରି ପ୍ରଥମେ ଶଙ୍କା ହେବା ସହିତ ତରବରରେ ଯଦି ମାନ ଠିକ ନାହିଁ ତାହା ସୁଧାରାଯିବ ବୋଲି କହିଥିଲି ଓ ପରେ ପିଲାଙ୍କୁ ଓ ରୋଷେୟା ଙ୍କୁ ପଚାରିବାରୁ ସବୁ ଖାଦ୍ୟ ମାନ ଠିକ ଥିବା କରିଥିଲେ ବୋଲି ଉତ୍ତର ରଖିଥିଲେ l ସେପଟେ ହଷ୍ଟେଲ ରେ ଥିବା ରୋଷେୟା ମାନେ ମଧ୍ୟ ଖାଦ୍ୟ ସାରଣୀ ଅନୁଯାଇ ପ୍ରତିଦିନ ଖାଦ୍ୟ ଯୋଗାଇ ଦେଉଥିବା ମତ ରଖିଛନ୍ତି l ଅନ୍ୟପଟେ ହଷ୍ଟେଲ ଭିତରେ ଅନଧିକାର ପ୍ରବେଶ ନେଇ ଛାତ୍ର ଙ୍କ ମଧ୍ୟରେ ଏକ ଭୟର ବାତାବରଣ ସହିତ ଅଭିଭାବକ ଓ ବୁଦ୍ଧଯିବି ମହଲ ରେ ଚର୍ଚ୍ଚା ର ବିଷୟରେ ପାଲଟିଛି l ଏପଟେ ପ୍ରଧାନ ଶିକ୍ଷୟିତ୍ରୀ ମୋତେ ଗୋଟେ ରୀତିମତ ଷଡଯନ୍ତ୍ର କରାଯାଉଛି ଯାହାକି ମୋ ଓ ଛୋଟ ଛୋଟ ଛାତ୍ର ଙ୍କ ଉପରେ ମାନସିକ ପ୍ରଭାବ ପଡୁଥିବା କହିଛନ୍ତି l ସେପଟେ ଅନଧିକାର ହଷ୍ଟେଲ ଭିତରେ ପଶି ,ତଥ୍ୟ ଭିତ୍ତିହୀନ, କୋମଳମତି ଶିଶୁଙ୍କୁ ଭୟଭୀତ କରି ଶିଖାଇ ନିଜର ଟି ଆର ପି ବୃଦ୍ଧି ପାଇଁ ସୋସିଆଲ ମିଡିଆରେ ପ୍ରସାରଣ କରିବା ନେଇ ବୁଦ୍ଧି ଯିବି ମହଲ ରେ ନିନ୍ଦା ପ୍ରକାଶ ପାଉଛି l
