ରୋହିଦାସ ସିଂଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି।
ମୁଣ୍ଡାରୀ ବାନୀ ଲିପିର ସ୍ରଷ୍ଟା ଅଲ ଗୁରୁ ପଣ୍ଡିତ ରୋହିଦାସ ସିଂ ନାଗଙ୍କ ପ୍ରତିମୂର୍ତ୍ତି ଚାନ୍ଦୁଆ ଠାରେ ସ୍ଥାପନ ନିମନ୍ତେ ମୁଣ୍ଡା ଶାସନ ଗୁଟଗାମର ସଭାପତି ତଥା କମିଟିର ଅନ୍ୟ ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଅନୁଦାନ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ଆଦିବାସୀ ଜନଜାତି ମୁଣ୍ଡା ସମ୍ପ୍ରଦାୟର ବରପୁତ୍ର ରୋହିଦାସ ସିଂ ନାଗଙ୍କ ଜନ୍ମମାଟି ଚାନ୍ଦୁଆ ଜନ୍ମମାଟିରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ଅତ୍ୟନ୍ତ ଜରୁରି ବୋଲି କହିଛନ୍ତି ସଂଗଠନର ସଭାପତି ମନୋରଞ୍ଜନ ସିଂ । ଏ ନେଇ ଜିଲ୍ଲାପଳଙ୍କୁ ବହୁବାର ଅନୁରୋଧ କରାଯାଇଛି। ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।
