ବିଲୁପ୍ତ ଶାଗୁଣା ।
ଢେ଼ଙ୍କାନାଳ ସଦର : ମାତ୍ର ୩୦/୪୦ ପଚାଶ ବର୍ଷ ତଳେ ଶାଗୁଣା ଆମ ଗାଁ ଗହଳିରେ ବହୁ ସଂଖ୍ୟାରେ ଦେଖା ଯାଉଥିଲେ ଓ ଗାଈ ଗୋରୁ ଅଦି ଗୃହ ପାଳିତ ଜୀବ ମରିଗଲେ,ଶାଗୁଣାମାନେ କିପରି ସୁରାକ ପାଇ ଦଳବଳ ଚକ୍କର କାଟନ୍ତି ଆକାଶରେ,ଆଉ ମୃତ ଜୀବକୁ ଘେରି କେଇ ଘଣ୍ଟା ସମୟ ମଧ୍ୟରେ ଖାଇ ଶେଷ କରି ଦିଅନ୍ତି। ଆମ ସଂସ୍କୃତିରେ ଶାଗୁଣା ମାନଙ୍କୁ ସାଧାରଣତଃ ଅଶୁଭର ସଙ୍କେତ ମନେ କରା ଯାଉଥିଲେ ସୁଦ୍ଧା ପରିବେଶୀୟ ଦୃଷ୍ଟିକୋଣରୁ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ ଓ ସେମାନେ ମଲାଜୀବଙ୍କ ସହା ମାଂସଖାଇ ପରିବେଶକୁ ସଫା ରଖୁଥା’ନ୍ତି। ଶାଗୁଣା ନଥିଲେ ପୃଥିବୀରେ କୁଢକୁଢ ଶବ ହୋମା ହୋଇ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଥା’ନ୍ତା।
ଘୋର ପରିତାପର ବିଷୟ ଯେ,ଏବେ ଆମ ଦେଶରେ ପରିବେଶର ବନ୍ଧୁ ଏହି ଶାଗୁଣାମନଙ୍କ ବଂଶ ଦୃତ ଲୋପ ପାଇବାରେ ବସିଛି ଏବଂ ସେମାନଙ୍କର ସ୍ଥିତି ଏବେ ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚି ଲାଣି ଓ ଏବେ ଗାଁ ଗଣ୍ଡାରେ ଶାଗୁଣାମାନଙ୍କୁ ଆଉ ଦେଖିବା ବିରଳ ଓ ଗାଁରେ ଗାଈଗୋରୁ ମରି ଗଲେ ମଲାଜୀବକୁ ଖାଇବା ପାଇଁ ଶାଗୁଣା ଆଉ ଗାଁକୁ ଆସୁନାହିଁ ଓ ଏକ ହିସାବରୁ ଜଣାଯାଏ ଯେ,ବିଗତ ୧୯୮୦ ଦଶକରେ ଆମେ ଦେଶରେ ପ୍ରାୟ ୮ କୋଟି ଶାଗୁଣା ଥିଲାବେଳେ ଏବେ ସେମାନଙ୍କ ସଂଖ୍ୟା ୪୦୦୦ରୁ କମ୍
ଓ ସୁତରାଂ ଏବେଠୁଁ ସେମାନଙ୍କ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରା ନଗଲେ ଆଗାମୀ ଦିନରେ ଏହି ବିରଳ ଓ ଉପକାରୀ ଜୀବ ଶାଗୁଣା ବଂଶର ଯେ ସମ୍ପୂର୍ଣ ବିଲୁପ୍ତି ଘଟିବ ଏଥିରେ ତିଳେହେଁ ମାତ୍ର ସନ୍ଦେହ ନାହିଁ ଓ ଫଳରେ ସେମାନେ ଆମ ପିଲାମାନଙ୍କ ପାଇଁ କେବଳ ପଢ଼ାବହିର ଚିତ୍ର ହୋଇ
ରହିଯିବେ ସିନା, ପ୍ରକୃତିରେ ଆଉ ଦେଖୁବାକୁ ମିଳିବେ ନାହିଁ ଓ ତେବେ ପ୍ରଶ୍ନ ଉଠେ : ଶାଗୁଣାଙ୍କ ଏହି ରହସ୍ୟମୟ ବିଲୁପ୍ତି ପାଇଁ ଦାୟୀ କିଏ ? ଏକ ଗବେଷଣାରୁ ଜଣାପଡେ ଯେ,ଗାଈଗୋରୁମାନଙ୍କୁ ଔଷଧ ରୂପେ ଦିଆ ଯାଉଥିବା ଡାଇକୋଫେନାଳ (ଉସମକ୍ଷକ୍ଟଲରଭବମ) ନାମକ ଏକ ରାସାୟନିକ ପଦାର୍ଥ ଏଥିପାଇଁ ଦାୟୀ ଓ ଏହି ଔଷଧକୁ ସାଧାରଣତଃ ଗାଈଗୋରୁ ଭଳି ଜୀବମାନଙ୍କଠାରେ ବିନ୍ଧା ଫୁଲା
ଭଳି ଯନ୍ତ୍ରଣାର ଉପଶମ ନିମନ୍ତେ ପେନ୍ କିଲର ରୂପେ ପ୍ରଦାନ କରାଯାଇଥାଏ ଓ ଔଷଧ ସେବନ କରିଥିବା ଏହି ଜୀବମାନଙ୍କ ସମୟକ୍ରମେ ମୃତ୍ୟୁ ଘଟିଲେ,ଏହି ମୄତଜୀବଙ୍କ ଶବକୁ ଭକ୍ଷଣ କରୁଥିବା ଶାଗୁଣାମାନଙ୍କ ଶରୀରରେ ଏହି ରାସାୟନିକ ପଦାର୍ଥ ପ୍ରବେଶ କରେ ଓ ଏହା ଶାଗୁଣାର ଶରୀରରେ ତୀବ୍ର ପ୍ରତିକ୍ରିୟା ଘଟାଇ ବୃକକ ସମେତ ଏହାର ରେଚନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅକାମୀ କରିଦିଏ ଓ ଫଳରେ ଏଭଳି ମଲାଜୀବକୁ ଖାଇଥିବା ଶାଗୁଣାର ଦୁଇ ତିନି ଦିନ ମଧ୍ୟରେ ମୃତ୍ୟୁ ଘଟେ ଓ ଗବେଷଣାରୁ ଜଣାଯାଏ ଯେ,ଏହି ବିଷାକ୍ତ ପଦାର୍ଥର ସେବନ ଦ୍ବାରା ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର ଶାଗୁଣାମାନଙ୍କ ମଧ୍ୟରୁ ସମୁଦାୟ ୯୫%ଙ୍କ ମୃତ୍ୟୁ ଘଟିଲାଣି ଓ କେବଳ ଆମ ଦେଶ ଭାରତ ନୁ ହେଁ,ସମଗ୍ର ଉପମହାଦେଶର ଅନେକ ଦେଶ ଯଥା ନେପାଳ,ପାକିସ୍ତାନ ଦେଶରେ ଶାଗୁଣାଙ୍କ ସଂଖ୍ୟାରେ ଏବେ ଦ୍ରୁତ ଅବନ୍ନତି ପରିଲକ୍ଷିତ ହେଉଛି। ଏବେ ସରକାରଙ୍କ ଆଖି ଖୋଲିଛି ଓ ଶାଗୁଣାମାନଙ୍କ ବଂଶରକ୍ଷା ନିମନ୍ତେ ସରକାର ବିଗତ ବିଗତ ୨୦୦୬ ମସିହାଠାରୁ ଦେଶରେ ଏହି ଡାଇକ୍ଲୋଫେନାକ ପଦାର୍ଥରୁ ପ୍ରସ୍ତୁତ ସମସ୍ତ ଔଷଧର ଉତ୍ପାଦନ ଉପରେ ନିଷେଧାଦେଶ ଜାରି କରିଛନ୍ତି ଓ ଏହି ଔଷଧ ପ୍ରସ୍ତୁତ କରୁଥିବା ସମସ୍ତ କମ୍ପ।ନ1ର ଲାଇସେନ୍ଟକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି ଓ ଏହାଦ୍ଵାରା ଆଗାମୀ କିଛି ବର୍ଷ ମଧ୍ୟରେ ଶାଗୁଣାମାନଙ୍କ ସଂଖ୍ୟା ପୂର୍ବସ୍ଥିତିରେ ପହଞ୍ଚିବ ବୋଲି ଆଶା ପ୍ରକାଶ କରାଯାଇଛି। ଶାଗୁଣାମାନଙ୍କ ସୁରକ୍ଷା ନିମନ୍ତେ ଏବେ ଆମ ଦେଶରେ ପ୍ରତିଷ୍ଠିତ ମୁମ୍ବାଇ ସ୍ଥିତ ପ୍ରାକୃତିକ ବିଜ୍ଞାନ ପରିଷଦ ଓ ପଶ୍ଚିମବଙ୍ଗର ଦୁଇଟି ଶାଗୁଣା ପ୍ରଜନନ କେନ୍ଦ୍ର କାର୍ଯ୍ୟ କରୁଛନ୍ତି ଓ ମାତ୍ର ଏହି କେନ୍ଦ୍ର ସବୁରୁ ଜନ୍ମିତ ଶାଗୁଣାମାନଙ୍କୁ ପରିବେଶ ସମୂର୍ଣ୍ଣ ଡାଇକ୍ଲୋଫେନାକ୍ ମୁକ୍ତ ନହେବା ପର୍ଯ୍ୟନ୍ତ ତୁରନ୍ତ ପଦାକୁ ଛାଡି ହେବ ନାହିଁ ବୋଲି ବିଶେଷଜ୍ଞଙ୍କ ମତ ଓ ମୃତ ଗାଈ ଗୋରୁ ମାନଙ୍କ ଶରୀରରୁ ସଂଗୃହୀତ ନମୁନାରୁ ଜଣାପଡ଼ିଛି ଯେ ଏ
ଦିଗରେ କାର୍ଯ୍ୟ କରିବା ଉଚିତ। ଏବେ ବି ପ୍ରାୟ ୧୦% ଜୀବଙ୍କ ଶରୀରରେ ଏହି ମାରାତ୍ମକ ପଦାର୍ଥର ଅବଶେଷ ରହିଛି ଓ ଏଭଳି ପରିସ୍ଥିତି ଶାଗୁଣାର ବଞ୍ଚି ରହିବା ପାଇଁ ନୁହେଁ ଓ ନିକଟରେ ନେପାଳ ସରକାର ମଧ୍ୟ ନିଜ ଦେଶରେ ଡାଇକ୍ଲୋଫେନାକ ପଦାର୍ଥର ବ୍ୟବହାରକୁ ନିଷିଦ୍ଧ କରି ଏହା ବଦଳରେ ଅନ୍ୟ ଏକ ବିକଳ୍ପ ପଦାର୍ଥ ମେଲୋଵି କାମ ବ୍ୟବହାରକୁ ଅନୁମୋଦନ କରିଛନ୍ତି ଓ ଏସବୁ ପଦକ୍ଷେପ ଦ୍ଵାରା ଶାଗୁଣାମାନଙ୍କୁ ବିଲୁପ୍ତିର ଦ୍ଵାରଦେଶରୁ ଫେରାଇ ଆଣିହେବ ବୋଲି ବିଶ୍ଵାସ କରାଯାଏ ଓ ମାତ୍ର ଶାଗୁଣାମାନଙ୍କ ପ୍ରଜନନ ଅତି ମନ୍ଥର ହୋଇଥିବାରୁ ସେମାନଙ୍କ ସଂରକ୍ଷଣ ପ୍ରକ୍ରିୟା ସମୟ ସାପେକ୍ଷ ବୋଲି ଜଣା ପଡିଛି।ପରିବେଶର ଅବକ୍ଷୟ ଯୋଗୁଁ ଏକଦା ଆମ ଗାଁ ଗହଳିରେ ପ୍ରଚୁର ଦେଖା ଯାଉଥିବା ଜୀବ ଯଥା ଶାଗୁଣା,ଶଂଖଚିଲ,ମାଟିଆଚିଲ,ହଳଦିବସନ୍ତ,ଅନ୍ଧାରୁଆ ବଗ ଆଦିଙ୍କ ସଂଖ୍ୟା କମି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି ଓ ଏହାଦ୍ଵାରା ପ୍ରକୃତିର ଜୈବବିବିଧତା ହ୍ରାସ ପାଇବା ସାଙ୍ଗକୁ ଖାଦ୍ୟ ଶୃଖଳ ପ୍ରକ୍ରିୟା ଭଳି ସୂକ୍ଷ୍ମ ପରି ବେଶୀୟ ସନ୍ତୁଳନରେ ବାଧା ଉପୁଜୁଛି ଓ ସୁତରାଂ ସମୟ ଆସିଛି,ଆମେ ଆମ ଚତୁପାର୍ଶ୍ଵର ଶାଗୁଣା ଭଳି ଜୀବମାନଙ୍କ ପରିବେଶପ୍ରିୟ ଭୂମିକାକୁ ଉପଲବ୍ଧି କରି ସେମାନଙ୍କ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ଉଚିତ୍।
କାମାକ୍ଷାନଗର ରୁ ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ।
