ବାସନ୍ତୀ ଦେବୀ ଉଚ୍ଚବିଦ୍ୟାଳୟର 50ତମ ବାର୍ଷିକ କ୍ରୀଡାଉତ୍ସବ
ମୟୁରଭଞ୍ଜ ବଡ଼ସାହି ବ୍ଲକ ବସାନ୍ତିଦେବୀ ଉଚ୍ଚବିଦ୍ୟାଳୟ, ଚାନ୍ଦଡିହା, ଛେଳିଆ ର 50ତମ ବାର୍ଷିକ କ୍ରୀଡାଉତ୍ସବ ସତର ତାରିଖ ରୁ ଆରମ୍ଭ ହୋଇ ଉଣେଇଶ ତାରିଖରେ ଉଦଯାପନିଦିବସ ଅନୁଷ୍ଠିତ ହୋଇଯାଇ ଅଛି l ଏହି ବିଦ୍ୟାଳୟର ଏକ ନିଆରା ପରମ୍ପରା ଦେଖାଯାଇଥିଲା ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ୍ୟ ଉଦଯାପନୀ ଦିବସ ଦିନ ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ର କ୍ଷିତୀଶ କୁମାର ସାହୁ ପ୍ରଥମେ ଫିତା କାଟିବା ପରେ ଅତିଥିବୃନ୍ଦ ମଞ୍ଚାସିନ ହୋଇଥିଲେ l ମୁଖ୍ୟଅତିଥି ଭାବେ CRCC ଦିପ୍ତିମୟୀ ବେହେରା, ବରିଷ୍ଠ ଶିକ୍ଷବିତ ଶଙ୍କର୍ଷଣ ଛାଟିଆ, ସୁହାଗପୁର ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଗିରି, ଛେଳିଆ (କ )ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦଳଗୋବିନ୍ଦ ତ୍ରିପାଠୀ, ବ୍ଲକ ଉପାଧକ୍ଷ କାଞ୍ଚନ କୁମାର ପ୍ରଧାନ, ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକ ମଞ୍ଚରେ ମଞ୍ଚାସିନ ହୋଇ ସଭାମଣ୍ଡନ କରିଥିଲେ l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ତରେଇ ସଭାପତି ଆସନ ଅଳଙ୍କୃତ କରିଥିଲେ l ସଭାପତି ଅତିଥି ମାନଙ୍କ ସହିତ ପ୍ରଥମେ ଜଗନ୍ନାଥଙ୍କ ଠାରେ ଦୀପ ପ୍ରଜ୍ୟୋଳନ କରିଥିଲେ l ସଂସ୍କୃତ ଶିକ୍ଷକ କମଳାକାନ୍ତ ରଥ ସାର ଏକ ସୁନ୍ଦର ଜଗନ୍ନାଥଙ୍କ ଭଜନ ଗାଇ ମଞ୍ଚପରିଚାଳନା ଆରମ୍ଭ କରିଥିଲେ l କଳା ଶିକ୍ଷୟିତ୍ରୀ ସରିତା ସେନାପତି ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ l ସମସ୍ତ ଅତିଥିଙ୍କ ଅଭିଭାଷଣ ପରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏହାପରେ ସନ୍ଧ୍ୟାବେଳେ ଛାତ୍ରଛାତ୍ରୀ ମାନେ ନାଚ, ଗୀତ, ଓ ଏକ ସଚେତନ ମୂଳକ କ୍ଷୁଦ୍ର ନାଟକ “ମଣିଷ ଖେଳୁଛି କଣ୍ଢେଇ ଖେଳ “ପରିବେଷଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ଯୋଗୁ ପିଲାମାନେ ନାଟକଟିକୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରିପାରିଥିଲେ
ମୟୁରଭଞ୍ଜ, ବଡ଼ସାହିରୁ
ମଧୁସୂଦନ ପଣ୍ଡା, ଭଞ୍ଜଦୂତ ଖବର
