*ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାଦୀ ଖଡିଆଳ ର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଲକ୍ଷ୍ୟ ଧାର୍ଯ୍ୟ ଶିକ୍ଷା ବିଦ୍ୟାର୍ଥୀଙ୍କ ମଧ୍ୟରେ ଉତ୍ସାହ ଜାଗ୍ରତ କରେ ଜିଲ୍ଲାପାଳ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୦.୧୨.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବାଦୀ ଗ୍ରାମ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ, ଲକ୍ଷ୍ୟ ଧାର୍ଯ୍ୟ ଶିକ୍ଷା ବିଦ୍ୟାର୍ଥୀଙ୍କ ମଧ୍ୟରେ ଉତ୍ସାହ ଜାଗ୍ରତ ପରିଶ୍ରମର ପାଥେୟ ହୋଇଥାଏ ବୋଲି ପ୍ରକାଶ କରିଥିଲେ। ବାର୍ଷିକ ଉତ୍ସବ ରେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୁନିଲ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ଡ଼.ଗୀତା ଶ୍ରୀ ପ୍ରିୟମ୍ବଦା, ସମ୍ମାନିତ ଅତିଥି ରୂପେ ଉପ କୁଳପତି ମାଁ ମାଣିକେଶ୍ଵରୀ ଡ଼ ନିବେଦିତା ନାଥ, ଆଦର୍ଶ ବିଦ୍ୟାଳୟ ନୋଡାଲ ଅଧ୍ୟକ୍ଷ କ୍ଷତି ଭୂଷଣ ବିଶ୍ଵାଳ, ଖଡିଆଳ ବିଡ଼ିଓ ମିଲନ କୁମାର ଝାଙ୍କରା, ପରିଚାଳନା ସମିତି ପରିତୋଷ ଜେନା, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ପରେଶ୍ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।କୃତି ଛାତ୍ର ଛାତ୍ରୀ ଙ୍କ ପୁରସ୍କାର ବଣ୍ଟନ କରିଥିଲେ। ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
