ସର୍ଭେ ସମୟରେ ବୁଲା କୁକୁର ଆକ୍ରମଣରେ ଶିକ୍ଷକ ଆହତ
ବେତନଟୀ, ୨୨/୪ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅଧୀନ ବାହାନଡା ଅଞ୍ଚଳରେ ସର୍ଭେ କାର୍ଯ୍ୟ ସମୟରେ ଜଣେ ଶିକ୍ଷକ ବୁଲା କୁକୁର ଆକ୍ରମଣରେ ଆହତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ସୂଚନା ମୁତାବକ, ଦହିକୋଟି ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗଣେଶ୍ୱର ମହାନ୍ତ ବାହାନଡା ଅଞ୍ଚଳର ୨୦ ନମ୍ବର ଇନ୍ୟୁମେରେଟର ଭାବେ ସରକାରୀ ସର୍ଭେ କାର୍ଯ୍ୟରେ ନିୟୋଜିତ ଥିଲେ। ସେ ସର୍ଭେ କାମ କରୁଥିବା ସମୟରେ ହଠାତ୍ ଏକ ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ସେ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କୁ ପ୍ରଥମିକ ଚିକିତ୍ସା ସହ ଆଣ୍ଟି-ରେବିଜ୍ ଟିକା ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଘଟଣା ପରେ ବାହାନଡା ଅଞ୍ଚଳରେ ବୁଲା କୁକୁର ଉତ୍ପାତ ନେଇ ଚିନ୍ତା ବୃଦ୍ଧି ପାଇଛି।
