ତିରିଶି ଟିକିଆ ହାତୀ ପଲ ଉପଦ୍ରବରେ ପାଞ୍ଚ ଏକର ଚାଷ ଜମିର ଧାନ ନଷ୍ଟ।
କାମାକ୍ଷାନଗର (ସତ୍ୟବାଦୀ ସେଠୀ, ଗୋକୁଳାନନ୍ଦ ବେହେରା)
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କନ୍ଧରା ଫରେଷ୍ଟ ସେକ୍ସନ ଅଧିନରେ ଥିବା ବାମ୍ ପଞ୍ଚାୟତ କୀର୍ତ୍ତନପୁର ଭଗାମୁଣ୍ଡା ସାହିରେ ଗଲା କାଲି ବିଳମ୍ବିତ ରାତିରେ ତିରିଶି ଟିକିଆ ପଲୁଆ ହାତୀ ପଲ ଉପଦ୍ରଵ ଦେଖିବାକୁ ମିଳି ଥିଲା। ସୁଚନା ମୁତାବକ ଗଲା କାଲି ସନ୍ଧ୍ୟା ସମୟରେ କେନ୍ଦୁଝର ଜିଲ୍ଲା ସମାକୁଦ ଜଙ୍ଗଲ ଦେଇ ଢେଙ୍କାନାଳ ଜିଲ୍ଲା ଝାଞ୍ଜିରୀବେରଣା ଗ୍ରାମର ଚାଷ ଜମିକୁ ପଲୁଆ ହାତୀ ପଶି ଆସି ଥିଲେ। କିନ୍ତୁ ସେଠାରେ ଚାଷ ଜମିରେ ଧାନ ନ ଥିବାରୁ ଲଷ୍ମୀଧର ପ୍ରଧାନଙ୍କ ତାର ବାଉଣ୍ଡୁରୀ ଭାଙ୍ଗି ଆସି କୀର୍ତ୍ତନପୁର ଭଗାମୁଣ୍ଡା ସାହିରେ ପଲୁଆ ହାତୀ ପହଞ୍ଚି ବାଣେସ୍ୱର ସିଂହ ଓ ବିରଞ୍ଚି ପ୍ରଧାନଙ୍କ ଚାଷ ଜମିରେ ଅମଳ କରି ରଖି ଥିବା ଧାନବିଡା ଖାଇ ସମ୍ପୂର୍ଣ ଭାବରେ ନଷ୍ଟ କରି ଦେଇଛନ୍ତି ହାତୀ ପଲ। ବାଣେସ୍ୱର ସିଂହଙ୍କ ତିନି ଏକର ଚାଷ ଜମିର ଧାନ ନଷ୍ଟ ହୋଇ ଥିବା ବେଳେ ବିରଞ୍ଚି ପ୍ରଧାନଙ୍କ ଦୁଇ ଏକରର ଧାନ ବିଡା ଚାଷ ଜମିରେ ଗଦା ହୋଇ ଥିବା ବେଳେ ସମ୍ପୂର୍ଣ ଭାବରେ ଧୂଳି ସାତ କରି ଖାଇ ଦେଇ ଛନ୍ତି ହାତୀ ପଲ । ଏ ନେଇ ଉଭୟ କ୍ଷତି ସହି ଥିବା ଚାଷି ବଡ଼ ଚିନ୍ତାରେ। ଅନେକ ଧାର କରଜ କରି ଚାଷ କରି ଥିବା ବେଳେ କିଭଳି ପରିବାର ପ୍ରତି ପୋଷଣ କରିବେ ବୁଦ୍ଧି ବାଟ କିଛି ଦେଖା ଯାଉନି। ଚାଷି ଟିଏ ଧାନ ଚାଷ କରି ଧାନକୁ ବିକ୍ରି କରି ପିଲା ମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ବିଭିର୍ଣ୍ଣ କାର୍ଯ୍ୟରେ ଲଗାଇ ଥାଏ କିନ୍ତୁ ଦାଉ ସାଜିଲା ପଲୁଆ ହାତୀ ପଲ। ଏ ନେଇ ଉଭୟ ଚାଷି ପରିବାରର ଲୋକେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ।
