ଦଶ କିଲୋ ଗ୍ରାମ ଗଞେଇ ସହ ଆସାମି ଗିରଫ।
ବସ୍ତା:- (ନି ପ୍ର)
ବାଲେଶ୍ଵର ଜିଲ୍ଲା ମୋବାଇଲ ଟିମ ଦ୍ଵାରା ସଦର ବ୍ଳକ ମହକୁମା ରୂପସା ଥାନା ବରହମପୁର ଠାରେ ୧୦ କି.ଗ୍ରା ଗଞ୍ଜେଇ ଧରି ବାଇକରେ ଯାଉଥିବା ବେଳେ ବେପାରି କୁ କାବୁକଲା ଅବକାରୀ ବିଭାଗ। ସୂଚନାରୁ ପ୍ରକାଶ ଆଜି ବିଶେଷ ସୂତ୍ରରୁ ଖବର ପାଇଁ ଇନ୍ସପେକ୍ଟର ମାନସ କୁମାର ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ହରିହର ସିଂ, ସବ୍ ଇନ୍ସପେକ୍ଟର ଭବେଶ ଦାସ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଲମ୍ବୋଦର ମହାନ୍ତ, କନଷ୍ଟେବଳ ସୁନାରାମ ସୋରେନ ଓ ନୋହାନ ମୂର୍ମୁ ଉପସ୍ଥିତିରେ ଚଡାଉ କରି ଜଳେଶ୍ଵର ଥାନା କୋଠସାହି ଅଞ୍ଚଳର ମୋନରଞ୍ଜନ ଘୋଷ କୁ ରୂପସା ନିକଟ ବରହମପୁର ରାସ୍ତା ରୁ ଗିରଫ କରି କୋର୍ଟ ଚାଲାଣ କରିଛି ଜିଲ୍ଲା ମୋବାଇଲ ଟିମ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
