ଶାଶ୍ୱତୀ ରଙ୍ଗ ମହୋତ୍ସବ ଉଦଘାଟିତ ।
ବ୍ରହ୍ମପୁର ୧୭/୧୨
ବ୍ରହ୍ମପୁର-ଶାଶ୍ୱତୀ ପ୍ରଗତିଶୀଳ ନାଟ୍ୟସଂସ୍ଥା ତରଫରୁ ବୁଧବାର ଆୟୋଜିତ ଶାଶ୍ୱତୀ ରଙ୍ଗ ମହୋତ୍ସବ-୨0୨୫ ତଥା ପଞ୍ଚମ ସର୍ବଭାରତୀୟ ବହୁଭାଷୀ ନାଟ୍ୟ ମହୋତ୍ସବ ତଥା ୩୫ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର କବିସୂର୍ଯ୍ୟ ରଙ୍ଗମଞ୍ଚରେ ଉଦଘାଟିତ ହୋଇଯାଇଛି । ଶାଶ୍ୱତୀ ସଭାପତି ରାମଚନ୍ଦ୍ର ସାସମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବ ରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମଞ୍ଚମଣିଷ ଅଶୋକ କର,ସାହିତ୍ୟିକ ଇଂ.ଯାମିନି କାନ୍ତ ଦାସ,ବରିଷ୍ଠ ଚକ୍ଷୁ ଚିକିତ୍ସିକ ସଞ୍ଜୟ ଲେଙ୍କା,ଶାଶ୍ୱତୀ ଉପଦେଷ୍ଟା ରବି ନାରାୟଣ ବେହେରା ,ସମ୍ପାଦକ ସୁନିଲ ସ୍ୱାଇଁ ପ୍ରମୂଖ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ । ରାଜ ଗୋପାଳ ପାଢ଼ୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାଶ୍ୱତୀ ନାଟ୍ୟସଂସ୍ଥା ସହ-ସମ୍ପାଦକ ସୁନିଲ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ମେଜର ରମା ରମଣ ପାଢ଼ୀଙ୍କୁ ଶାଶ୍ୱତୀ ସମ୍ମାନ ପ୍ରଦାନ କରାଯାଇଥିଲା ।ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ଦୁଇଟି ନାଟକ ମଂଚସ୍ଥ ହୋଇଥିଲା। । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ସୁହାନି କ୍ରିଏସନ ତରଫରୁ ଡା.ତିରୁପତି ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ତେଲୁଗୁ ନାଟକ “କଂନୀଟୀ ବ୍ରାତୁକୁ “ମଂଚସ୍ଥ ହୋଇଥିଲା ।ପୁଅଟିଏ ପାଇବା ପାଇଁ ବାପା ମାଆ କେତେ ବାରବ୍ରତ କରିଥାନ୍ତି । ବୁଢା ବୟସରେ ସେ ତାଙ୍କ ସାହାରା ହେବ,ମଲା ପରେ ତାଙ୍କ ଶ୍ରାଦ୍ଧ ତର୍ପଣ କରିବ । ହେଲେ ଆଜିକାଲି ଜୀଅନ୍ତା ବାପା ମାଆ ନିଜ ସନ୍ତାନଙ୍କ ପାଇଁ ବୋଝ ଲାଗନ୍ତି । ବୟସରେ ଅପରାହ୍ନରେ ବୃଦ୍ଧ ବାପା ମାଆକୁ ପୁଅ ବୃଦ୍ଧାଶ୍ରମରେ ଛାଡିଦିଏ । ଏଭଳି କିଛି ସୁନ୍ଦର କଥାବସ୍ତୁକୁ ନେଇ ନାଟକ ଗତିଶୀଳ ହୁଏ । ନାଟକରେ ସଙ୍ଗୀତ ରମେଶ ଚନ୍ଦ୍ର ସ୍ୱାଇଁ ଦେଇଥିବା ବେଳେ ଅଭିନୟରେ ତିରୁପତି ସାହୁ,ଡା.କୁମାର ନାୟକ,ଡା.ସୁରେଶ,ନୀଳକଣ୍ଠ ନାଲା,ସୁଜାତା ନାଲା, ନାଗେଶ୍ୱର ନାଲା,ଗୋବିନ୍ଦରାଜ, ବି.ବିନୋଦ,ଦୀପକ ପ୍ରଧାନ,ରଜନୀ ନାହାକ ପ୍ରମୂଖ ଅଭିନୟ କରିଥିଲେ ।
