ପଦ୍ମପୋଖରୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ
କାମାକ୍ଷାନଗର (ସତ୍ୟବାଦୀ ସେଠୀ, ଗୋକୁଳାନନ୍ଦ ବେହେରା)
କାମାକ୍ଷାଗାର ଥାନା ଅନ୍ତର୍ଗତ ଜୟପୁରା କାଟେଣୀ ପଞ୍ଚାୟତର ପଦ୍ମପୋଖରୀ ଠାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଉଦଯାପନ ଉତ୍ସବାରେ ତାଳଚେର ର ଜନ୍ଦାବାହାଳ କ୍ରିକେଟ ଟିମ ସହିତ ଗଡ଼ପଳାଶୁଣୀ କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ଗଡ଼ପଳାଶୁଣୀ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୮ ଓଭର ରେ ୫ ଉଇକେଟ ବିନିମୟରେ ୯୧ ରନ ସଂଗ୍ରହ କରିଥିଲା l ଏହାର ଜବାବ ରେ ଜନ୍ଦାବାହାଳ କ୍ରିକେଟ ଟିମ ୭ ଉଇକେଟ ବିନିମୟରେ ମାତ୍ର ୭୨ ରନ ସଂଗ୍ରହ କରିଥିଲା l ଗଡ଼ପଳାଶୁଣୀ ଚାମ୍ପିଯାନ ହୋଇଥିବା ବେଳେ ଜନ୍ଦାବାହାଳ ରନର୍ସଅପ ହୋଇଥିଲା l ବୁବୁ ପ୍ରଧାନ, ନାଗାର୍ଜୁନ ମହାରଣା ଅମ୍ପାୟାର ଦାୟିତ୍ୱ ନେଇଥିଲେ l କ୍ଲବର ସଭାପତି ଭାଗିରଥି ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା, ଜିଲ୍ଲା କାର୍ଯ୍ୟ କାରେଣୀ ସଦସ୍ୟ ଜଗନ୍ନାଥ ଗଡ଼ନାୟକ, ଜିଲ୍ଲା ମଣ୍ଡଳ ପ୍ରତିନିଧି ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ପୁରସ୍କୃତ କରିଥିଲେ l ସଂପାଦକ ଜିତେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ l
