କୋରାପୁଟ…କୋରାପୁଟ ବାର ଆସସିଏସନ ଦ୍ୱାରା ଆୟୋଜିତ ହେଇଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ମ୍ୟାଚ ର ଆଜି ସଷ୍ଟ ଦିନ । ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଯୋଗ ଦେଇଥିଲେ।ପ୍ରଥମ ମ୍ୟାଚ ଗଞ୍ଜାମ ବାର ଆସୋସିଏସନ୍ ଟିମ ସହିତ ଏମ ଭି ବାର ଆସୋିଏସନ କଟକ ସହିତ ଖେଳା ଯାଇଥିଲା। ଏମ ଭି ବାର କଟକ ଆସୋସିଅନ ଟିମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥଲେ। ଏମ ଭି ବାର କଟକ ଟିମ୍ ବ୍ୟାଟିଂ କରି 18 ଓଭର୍ ରେ ଆଠ ୱିକେଟ ହରାଇ 115 ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଗଞ୍ଜାମ ବାର ଆସୋସିଏନ 15.4 ଓଭର ରେ ଚାରି ୱିକେଟ ହରାଇ କରି116 ରନ୍ କରି ଛଅ ୱିକେଟ ରେ ମ୍ୟାଚ୍ ଟିକୁ ଗଞ୍ଜାମ ଜିତିଥିଲା। ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ଗଞ୍ଜାମ ବାର୍ ଟିମ ର ଅଜିତ ଜିତେନ୍ଦ୍ର କୁମାର ତ୍ରିପାଠୀ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇ ଥିଲା। ସେହିଭଳି ଦ୍ଵିତୀୟ ମ୍ୟାଚ୍ ଜୟପୁର ବାର ଆସୋସିଅନ ଶହ କୋରାପୁଟ ବାର୍ ଆସୋସିଏସନ୍ ର ଏ ଟିମ ମଧ୍ୟ ରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ରେ ଜୟପୁର ବାର ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ଅଠର ଓଭର ରେ ଜୟପୁର ବାର ଟିମ୍ ଅଠର ଓଭର ରେ ଆଠ ଟି ୱିକେଟ୍ ହରାଇ 128 ରନ୍ ସଂଗ୍ରହ କରିଥିଲେ ।ଜବାବ ରେ କୋରାପୁଟ ବାର ଆସୋସିଆନ ଏ ଵାର ଟିମ ନିର୍ଦ୍ଧାରିତ 18 ଓଭର ରେ ସାତ ୱିକେଟ୍ ହରାଇ ମୋଟ 127 ରନ୍ ସଂଗ୍ରହ କରିଥିଲେ। ମ୍ୟାଚ୍ କୁ ଜୟପୁର ବାର ଆସୋସିନ ଏକ ରନ୍ ରେ ଜିତି ନେଇ ଥିଲା। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ଜୟପୁର ବାର ଆସୋସିଏସନ୍ ର ସୁବାସ ରାଉତ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଅମ୍ପାୟାରି ଭାବେ ଓସିଏ ପାନଲ ଆମ୍ପାରିଙ୍ଗ ତୁଷାର ପଣ୍ଡା ରଜନୀକାନ୍ତ ରେଡ୍ଡୀ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍ ରେଫ୍ରି ଭାବେ ଅସିତ କୁମାର ପଟନାୟକ ଦାୟୀତ୍ବ ତୁଲାଇ ଥିଲେ। ସ୍କୋରର ଭାବେ ଗୌରବ ଏବଂ ଦିଲିପ ରହିଥିଲେ।କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
