ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା :
ବାଲେଶ୍ଵର :- ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନିମନ୍ତେ ପଞ୍ଚମ ପର୍ଯ୍ୟାୟ ରେଳ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି।ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାଲେଶ୍ଵର,ମୟୂରଭଞ୍ଜ,ଯାଜପୁର,ଭଦ୍ରକ ଓ କେଇଁଝର ଆଦି ୫ଗୋଟି ଜିଲ୍ଲାରୁ ମୋଟ ୭୭୫ଜଣ ଯାତ୍ରୀ ସମେତ ୨୫ ଜଣ ଅନୁସରଣ ଅଧିକାରୀ ବାଲେଶ୍ଵର ଠାରୁ ଅଯୋଧ୍ୟା, ବନାରସ ଯାତ୍ରା କୁ ମାନ୍ୟବର ଜଳେଶ୍ଵର ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ ପାତ୍ର, ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂହ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ)ଶ୍ରୀଯୁକ୍ତ ସଞ୍ଜୟ ରାଉତ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ,ଅତିରିକ୍ତ ସଚିବ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ଦାସ,,ସଦର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିଵ ମାଲବ୍ୟ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଳେଶ୍ଵର ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ ପାତ୍ର ଯୋଗ ଦେଇ ଏହି ଯୋଜନାରେ ସରକାର ବରିଷ୍ଠ ନାଗରିକ ଯେଉଁ ମାନେ ୬୦ ବର୍ଷ ରୁ ୭୫ ବର୍ଷ ମାତ୍ର ନିଜର ବହୁ ଆକାଂକ୍ଷିତ ତୀର୍ଥ ଯାତ୍ରା କରିବାର କୌଣସି ସମ୍ବଳ ବା ଉପଯୁକ୍ତ ସମୟ ସୁଯୋଗ ପାଇ ପାରୁନଥିବା ହିତାଧିକାରୀଙ୍କୁ ବିଗତ ୨୦୧୬ ରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଚଳିତ ବର୍ଷର ଏହି ଯୋଜନାରେ ୫ ଗୋଟି ଜିଲ୍ଲାରୁ ସମସ୍ତ ଯୋଗ୍ୟ ବରିଷ୍ଠ ନାଗରିକ ମାନଙ୍କୁ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଅବଗତ କରିଥିଲେ।ଏଣୁ ସମସ୍ତ ଯୋଗ୍ୟ ବରିଷ୍ଠ ନାଗରିକ ଏହି ଯୋଜନାରେ ଦିବ୍ୟ ଆଧ୍ୟାତ୍ମିକ ଅନୁଭବ ସୁଯୋଗ ପାଇବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ମୟୂର ବିକାଶ ସମେତ ଅନ୍ୟାନ୍ୟ ବରେଣ୍ୟ ଅତିଥି ଗଣ ବରିଷ୍ଠ ନାଗରିକ ମାନଙ୍କ ସଫଳ ଯାତ୍ରା କରି ବିଦ୍ୟ ଆଧ୍ୟାତ୍ମିକ ଅନୁଭବ କାମନା କରିଥିଲେ।ଏହି ସାଧାରଣ ସଭା କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ଆନୁସଙ୍ଗିକ ଉପକରଣ ଗୁଡିକୁ ଅତିଥି ଗଣ ପ୍ରଦାନ କରିଥିଲେ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
