ବିଶ୍ୱ ସଂଖ୍ୟାଲଘୁ ଦିବସର ପ୍ରି -ଖ୍ରୀଷ୍ଟ ମାସ ମହୋତ୍ସବ ପାଳିତ ।
ଗଜପତି (ଟିକି ଲିମା)
ବିଶ୍ଵ ସଂଖ୍ୟା ଲଘୁଙ୍କର ମହା ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରି -ଖ୍ରୀଷ୍ଟ ମାସ ମହୋତ୍ସବ ଗଜପତି ଜିଲ୍ଲା ମୋହନା ପି ଏମ୍ ଶ୍ରୀ ଉଛ ବିଦ୍ୟାଳୟ ଖେଳ ପଡ଼ିଆ ଠାରେଅନୁଷ୍ଠିତହୋଇଯାଇଛି I
ମହୋତ୍ସବଟି ବିଶ୍ଵ ସଂଖ୍ୟା ଲଘୁ ପରିଷଦ କର୍ମ କର୍ତ୍ତାଙ୍କ ନେତୃତ୍ୱରେ ଆୟୋଜକ ମଣ୍ଡଳୀ ରାମ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି I ମହୋତ୍ସବରେ ଗଞ୍ଜାମ, ଗଜପତି କନ୍ଧମାଳ, ରାୟଗଡା ଜିଲ୍ଲା ରୁ ବିଭିନ୍ନ ବର୍ଗର ଖ୍ରୀଷ୍ଟ ଧର୍ମାଲମ୍ବି ମାନେ ଆଜି ସକାଳେ ମୋହନା ସହରରେ ପହଞ୍ଚି ତହସିଲ କାର୍ଯ୍ୟାଳୟ ଠାରୁ ଏକ ନୃତ୍ୟ ମାଧ୍ୟମରେ ଶୁଭା ଯାତ୍ରାରେ ବାହାରି ମୋହନା ଖେଳ ପଡ଼ିଆରେ ପହଞ୍ଚିଥିଲେ I ଉତ୍ସବରେ ପାରଳାଖେମୁଣ୍ଡି ବିଧାୟୟକ ରୂପେସ୍ ପାଇଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଉପସ୍ଥିତ ହୋଇ ଅଞ୍ଚଳର ସଂଖ୍ୟା ଲଘୁଙ୍କ କାର୍ଯ୍ୟରେ ଯୋଗଦାନ କରି ସଂଖ୍ୟା ଲଘୁଙ୍କ ଏକତା, ଶୃ୍ଖଳିତ କାର୍ଯ୍ୟକୁ ପ୍ରଶଂସା ଦେବା ସହିତ ଏକ ଚକ୍ଷୁ ହୀନ ଙ୍କ ମଧୁର ସଙ୍ଗୀତ ସ୍ୱରକୁ ସାତ ହଜାର ଶ୍ରଦାଳୁ ଙ୍କୁ ଆକର୍ଷିତ କରିଥିଲା ଏବଂ ମୋହନା ବିଧାୟକ ତାଙ୍କ ଭତ୍ତା ଟଙ୍କାରେ ଗୃହ ନିର୍ମାଣ କରିଦେବାକୁ ପ୍ରକାଶ କଲେ ମଞ୍ଚରେ I ମୋହନା ଥାନା ଭାରପ୍ରାପ୍ତ ଅଧିକାରୀ ଵସନ୍ତ କୁମାର ଏବଂ ତାଙ୍କ ଦଳ ସଦଳ ବଳେ କାର୍ଯ୍ୟକ୍ରମକୁ ଶୃଖଳିତ ସୁରକ୍ଷା ପ୍ରଦାନ କରିଥିଲେ I ଶାନ୍ତି, ପ୍ରେମ ଓ ସହନଶୀଳ ଏବଂ ଉତ୍ସବର ଶୃଙ୍ଖଳିତ କାର୍ଯ୍ୟକୁ ପ୍ରସଙ୍ଗସା କେଲେ ବିଭିନ୍ନ ରାଜନୀତିଜ୍ଞ ଓ ମୋହନା ଅଞ୍ଚଳ ବାସୀ I
