*ନୂଆପଡ଼ା ଖଡିଆଳ ୱାର୍ଡ ୧ ମୁକ୍ତାପୁରରେ ପୌର ପରିଷଦ ପ୍ରଶାସନ, ଅଭିଯୋଗ ଶୁଣାଣୀ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଖଡିଆଳ ୱାର୍ଡ ୧ ମୁକ୍ତାପୁରରେ ପୌର ପରିଷଦ ପ୍ରଶାସନ, ଅଭିଯୋଗ ଶୁଣାଣୀ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମୋଟ ୨୨ ଅଭିଯୋଗ ଆସିଥିବା ବେଳେ ତୁରନ୍ତ ଭତ୍ତା ଏବଂ କଲ୍ୟାଣ ଯୋଜନା ୮ ଗୋଟି କୁ ତୁରନ୍ତ ସମାଧାନ କରିଥିବା ବେଳେ ୧୪ ଗୋଟି ଅଭିଯୋଗ କୁ ଅଳ୍ପ ଦିନ ରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ପୌର ପ୍ରଶାସନ ରେ ସହକାରୀ ଯନ୍ତ୍ରୀ ଅରୁଣ ପାତ୍ର , କଲ୍ୟାଣ ଯୋଜନା ସହକାରୀ ଅଧିକାରୀ ଗଣେଶ ରାମ ଭୋଇ, ଏମ ଆଇ ଏସ ଶାଶ୍ଵତ କୁମାର ଶା, ଜିଲ୍ଲା ମିଶନ ମେନେଜର ଜିତେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗ ଦେଇ ସମସ୍ୟା ସମାଧାନ ପ୍ରଥମ ଲକ୍ଷ ବୋଲି କହିଥିଲେ।
