*ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଧାନ କରି କରିବା ନେଇ ଜିଲ୍ଲାପାଳ ଙ୍କୁ ସାକ୍ଷାତ, ଆବଶ୍ୟକ ପଦକ୍ଷେପ ପାଇଁ ଓଡ଼ିଶା ଜୀବିକା ମିଶନ କୁ ଦାୟିତ୍ବ*
ନୂଆପଡା(ମିଖାଏଲ ନନ୍ଦ)
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଧାନ କ୍ରୟ କରିବା ନେଇ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ନିଜ ଦୁଃଖ ଜଣାଇଥିଲେ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ସ୍ୱବଲମ୍ବୀ ହେବାକୁ ପ୍ରଶାସନ ସଂଯୋଗ କରିବା ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରକାଶ କରିଛନ୍ତି। ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଧାନ କ୍ରୟ କରୁଥିବା ବେଳେ ବର୍ତ୍ତମାନ ଇଛୁକ ଗୋଷ୍ଠୀଙ୍କୁ ନେଇ ଆବଶ୍ୟକ ପଦକ୍ଷେପ ପାଇଁ ଓଡ଼ିଶା ଜୀବିକା ମିଶନ କୁ ଦାୟିତ୍ବ ପ୍ରଦାନ କରିଛନ୍ତି। ମହିଳାଙ୍କ ଶକ୍ତି ଓ ବନ୍ଧୁ ହେଉଛନ୍ତି ଜିଲ୍ଲାପାଳ ବୋଲି ମହିଳା ମାନେ ସ୍ବାଗତ କରିଥିଲେ।
