
ଫଗୁ ମାସରେ ଫଗୁ ଖେଳ। ଗାଁ ଠୁ ସହର ସବୁଆଡେ ଉତ୍ସବ ମୁଖର। ସୋର ସହରର ମଧ୍ୟ ବିଭିନ୍ନ ଗ୍ରାମ ରେ ଆଜି ରଙ୍ଗ ଖେଳ ଓ ରାଧାଗୋବିନ୍ଦ ଜୀଉ ଙ୍କ ମିଳନ ଅନୁଷ୍ଠିତ ହୋଇଯାଇଛି। ସୋର ସହର ରେ ଦାଣ୍ଡଖେଳାଇ ମେଳଣ ପଡିଆ , ତୁଣ୍ଡପଡା ମେଳଣ ପଡିଆ , ମାଣିତ୍ରୀ ମେଳଣ ପଡିଆ, ରାୟପୁର ମେଳନ ପଡିଆ, ଚକପଦା ମେଳଣ ପଡିଆ, ଲିଙ୍ଗପଡା ଇତ୍ୟାଦି ମେଳନ ପଡିଆ ରେ ଆଜି ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି। କେଉଁଠି ଯାତ୍ରା ତ କେଉଁଠି ଭଜନ କୀର୍ତ୍ତନ ହୋଇ ହୋଲି ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦାଣ୍ଡ ଖେଳାଇ ମେଳଣ ପଡ଼ିଆରେ ପ୍ରାୟ ୫୦ ରୁ ଅଧିକ ବିମାନ କୁ ଠାକୁର ବାଡିଆ ମାନେ ଡିଜେ ଓ ଭଜନ କରି ଏକତ୍ରୀତ କରାଇଥିଲେ। ସବୁ ସ୍ଥାନ ମାନଙ୍କର ପରିସ୍ଥିତି କୁ ଲକ୍ଷ୍ୟ କରି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ର ଦେଖିବା କୁ ମିଳିଛି। ସବୁଆଡେ ଦେଖିବାକୁ ମିଳିଥିଲା କି ଲୋକମାନେ କେମିକାଲ ରଙ୍ଗ ଠାରୁ ଦୂରେଇ ରହି ଅଭିର ରେ ହୋଲି ଉତ୍ସବ ପାଳନ କରିଥିଲେ। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ବେସ୍ ଧୁମ୍ ଧାମ ରେ ସବୁଆଡ଼େ ହୋଲି ଉତ୍ସବ ପାଳନ କରାଯାଇଥିଲା ।ସବୁଠି ଗ୍ରାମବାସୀ ମାନେ ସହଯୋଗ ସହ ନିଜ ନିଜ ଭିତରେ ମିଠାଇ ବାଣ୍ଟି ଅଭିର ଲଗାଇ ହୋଲି ଅଭିବାଦନ ଜଣାଇଥିଲେ ।