ଜମି ସୀମା ନିର୍ଦ୍ଧାରଣକୁ ଗ୍ରାମ ବାସୀଙ୍କ ବିରୋଧ।
କାମାକ୍ଷାନଗର – (ସତ୍ୟବାଦୀ ସେଠୀ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ବିରିବୋଲେଇ ଗ୍ରାମର ଏକ ବିବାଦୀୟ ଜମିର ସୀମା ନିର୍ଦ୍ଧାରଣକୁ ଗ୍ରାମବାସୀ ମାନେ ଜୋରଦାର ବିରୋଧ କରିଥିଲେ । ଗତରେଇ ଗ୍ରାମର ଅକ୍ଷୟ କୁମାର ସିଂହ ଏହି ଜମିକୁ ଗ୍ରାମର ଟଙ୍କଧର ଲେଙ୍କାଙ୍କଠାରୁ କ୍ରୟ କରି ୨୦୨୨-୨୩ରେ ରେକର୍ଡ ପାଇଥିଲେ । ଗ୍ରାମବାସୀଙ୍କ ଦଖଲକୁ ନେଇ ନପାରି ଶ୍ରୀ ସିଂହ ଉଚ୍ଚ ନ୍ଯାଗାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ କଙ୍କଡ଼ାହାଡ଼ ତହସିଲ ପକ୍ଷରୁ ଆଜି ଜମି ସୀମା ନିର୍ଦ୍ଧାରଣ ନିମନ୍ତେ ପ୍ରକ୍ରିୟା ହୋଇଥିଲା। ତହସିଲଦାର ସୌଦାମିନା ନାୟକ, ବିଡିଓ ଯଶୋବନ ଦେହୁରୀ, ଅତିରିକ୍ତତହସିଲଦାର ସୁଜିତ କୁମାର ରୋଇ, କାମାକ୍ଷାନଗର ଏସ୍ଡିପିଓ ରଜନୀ ନୀକାନ୍ତ,ମହାବିରୋଡ଼ ଥାନା ଅଧିକାରୀ କାଶୀନାଥ ହାଁସଦା, କଙ୍କଡ଼ାହାଡ଼ ଥାନା ଅଧୁକାରିଣୀ କଳ୍ପନା ବେହେରା, ପରଜଙ୍ଗ ଥାନା ଅଧୁକାରୀ ଧୀରେନ ବେହେରା
ପ୍ରମୁଖ ପୁଲିସ ଫୋର୍ସ ସହ ସମ୍ପୃକ୍ତ ଜମିରେ ପହଞ୍ଚି ଥିଲେ। ବିରିବୋଲେଇ ସରପଞ୍ଚ ସୁମିତ୍ରା ପ୍ରଧାନ, ଗ୍ରାମ ସମ୍ପାଦକ ଦଳ ଉଦୟନାଥ ସାହୁଙ୍କ ଗ୍ରାମର ଶତାଧିକ ପୁରୁଷ ମହିଳା ଏହି ଚିହ୍ନଟ କୁ ବିରୋଧ କରିଥିଲେ। ଜମି ମପାଯାଉଥିବା ଚେନ୍ ନ୍ ଭିଡ଼ି ଧରିବା ସହିତ ପୁଲିସ୍ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନ ଓ ପୁଲିସ ଅଧିକାରୀ ବୁଝାସୁଝା ପରେ
ଗ୍ରାମବାସୀଙ୍କ ଉପସ୍ଥିତରେ ଜମି ସୀମା ନିର୍ଦ୍ଧାରଣ ହୋଇଥିଲା। ସେହି ଜମିରେ ୧୯୯୧ ମସିହାଠାରୁ ହାଟ ବସି ଆସୁଥୁବା ବେଳେ ତଞ୍ଚକତା କରି ଜମିକୁ ନିଜ ନାଁରେ ରେକର୍ଡ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଉକ୍ତ ଜମିକୁ ନେଇ ଅଦାଲତରେ ମାମଲା ରୁଜୁ ହୋଇଛି । ଉକ୍ତ ମାମଲାର ଶୁଣାଣି ନହେବା ଯାଏ ଜମିକୁ ଦଖଲନଦେବା, ପଟାଦାରଙ୍କୁ ଦଖଲ ନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
