କଲେଜ କ୍ୟାମ୍ପସ ରେ ଛାତ୍ରଙ୍କୁ ଛୁରା ମାଡ।
ପ୍ରେମ ସମ୍ପର୍କକୁ ନେଇ ଛୁରାମାଡ ସନ୍ଦେହ। ଆଜିର ଯୁବପିଢି ଙ୍କ ରାଗ ତମ ତମ ହୋଇ ନିଜ ହିତାହିତ ଜ୍ଞାନ ଏପରି କିଛି ଭୁଲ କରି ପକାଉଛନ୍ତି ଯାହାକି ତାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଉଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଂଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ବି.ବି ମହାବିଦ୍ୟାଳୟରେ। ସୂଚନାଯୋଗ୍ୟ ପ୍ରେମ ଜନିତ ସମ୍ପର୍କକୁ ନେଇ ଛାତ୍ର ଅନ୍ୟ ଜଣଙ୍କୁ ଛାତ୍ରଙ୍କୁ ଛୁରା ମାଡ଼ କରିଥିବା ଜଣାପଡ଼ିଛି । ଗୁରୁତର ଛାତ୍ର ଜଣକ ହେଲେ କୁଳିଅଣା ଥାନା ଅନ୍ତର୍ଗତ ତିଳଗାଡିଆ ଗ୍ରାମର ପ୍ରହଲ୍ଲାଦ ବିନ୍ଧାଣି। ବାପାଙ୍କୁ ସନ ବେଳୁ ହରାଇଥିବା ବେଳେ ମାଆ ଙ୍କ ଲାଳନ ପାଳନ ରେ ବଢିଥିଲେ। ପାଠ ପଢାରେ ପାରଙ୍ଗମ ଥିବାରୁ ଅନ୍ୟ ଛାତ୍ରମାନେ ତାଙ୍କୁ ଈର୍ଷା କରିଥିଲେ।
ପ୍ରହଲ୍ଲାଦ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ।
କୌଣସି କଥା କଟାକଟି କୁ ନେଇ ଛୁରା ମାଡ କରିଥିବା ଯୁବକ ଓ ପ୍ରହ୍ଲଦଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା। ଯାହାକି ଆଜି ରକ୍ତ ଚାଉଳ ଚୋବାଇ ଏକ ଛୁରୀ ସାହାଯ୍ୟରେ କରିଥିଲା ଆକ୍ରମଣ।
ଅଭିଯୁକ୍ତ ଛାତ୍ର ଜଣକ ହେଲେ ଯୁକ୍ତ ଦୁଇ କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ।
କଲେଜ କତୃପକ୍ଷ ପ୍ରକାଶ କରିଛନ୍ତି ଯାହା ଶୁଣିବାକୁ ମିଳିଛି ଏହା ଏକ ଲାଭ ଏଫେୟାର। ପ୍ରେମ ବ୍ୟାପରକୁ କେନ୍ଦ୍ର କରି ଏହି ଛୁରା ମାଡ଼ କରାଯାଇଛି । ଯୁକ୍ତ ଦୁଇ କଳା ବିଭାଗରେ ପଢ଼ୁଥିବା ଛାତ୍ର ଜଣେ ଛାତ୍ରୀଙ୍କୁ ପ୍ରେମ କରୁଥିଲେ । ସମ୍ପର୍କ ଭାଙ୍ଗିଯିବା ପରେ ଉକ୍ତ ଛାତ୍ରୀ ଜଣକ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଆଉ ଜଣକ ସହିତ ବନ୍ଧୁତା କରିଥିଲେ । ଫଳରେ ଉକ୍ତ ଛାତ୍ର ଜଣକ ଉତ୍ତ୍ୟକ୍ତ ହୋଇ ଆଜି ଶ୍ରେଣୀ ଗୃହରେ ପ୍ରହଲ୍ଲାଦକୁ ଛୁରିରେ ଆକ୍ରମଣ କରିଥିଲା । ପ୍ରହଲ୍ଲାଦଙ୍କ ପେଟରେ ଛୁରିଟି ଲାଗିଥିଲା । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବାରିପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଘଟଣା ସମ୍ପର୍କରେ ବାରିପଦା ସଦର ଏଡିପିଓ ପ୍ରଭାତ ମଲ୍ଲିକ ଙ୍କ ପ୍ରତିକ୍ରିୟା ନେବାରୁ ସେ ପ୍ରକାଶ କରିଥିଲେ ପୋଲିସ କଲେଜରେ ପହଁଛି ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ତଦନ୍ତ କରୁଛି । ସେପଟେ ଉତ୍ତ୍ୟକ୍ତ ଗ୍ରାମବାସୀ କଲେଜ ପହଁଚି ଗେଟରେ ତାଲା ପକାଇ ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ପନ୍ନ ହେବା ଆଶଙ୍କାରେ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।
