ଜାତୀୟ ଏକତା ଶିବିରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ୧୦ ଜଣ ସ୍ବେଛାସେବୀଙ୍କ ଯୋଗଦାନ।
ବାରିପଦା, ଜାତୀୟ ସେବା ଯୋଜନା ଭୁବନେଶ୍ୱର ର ଆଞ୍ଚଳିକ କେନ୍ଦ୍ର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲଙ୍କ ନିର୍ଦ୍ଦେଶନାରେ ଗୁଜରାଟର ବାଣିଜ୍ୟ ମହାବିଦ୍ୟାଳୟ, ଦାଭୋଇ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଏକତା ଶିବିରରେ ମୟୁରଭଞ୍ଜ ର ସୀମାନ୍ତ ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଶରତ କୁମାର ପାଢିହାରୀ ଙ୍କ ନେତୃତ୍ବରେ ଜିଲ୍ଲାର ଦଶ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଛନ୍ତି।ସେମାନଙ୍କ ମଧ୍ୟରେ ଅଛନ୍ତି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ର ଛାତ୍ରୀ ପ୍ରଜ୍ଞା ପରମିତା ନାୟକ, ସୀମାନ୍ତ ମହାବିଦ୍ୟାଳୟର ଛାତ୍ର ଅର୍ଜୁନ ହାଁସଦା, ଜାମଦା ଆଞ୍ଚଳିକ ଡ଼ିଗ୍ରୀ ମହାବିଦ୍ୟାଳୟ ର ଛାତ୍ରୀ ଆଶା ସିଙ୍କୁ, ଚୈତନ୍ୟ ପ୍ରଶାଦ କଲେଜ ର ଛାତ୍ର ମୋହନ କୁମାର ବାରିକ, କଳିଙ୍ଗ ଡ଼ିଗ୍ରୀ କଲେଜ ର ଛାତ୍ରୀ ମାମା ମଣି ସୋରେନ, ଏମ୍.ସି.ଏ.ମ୍ କଲେଜର ଛାତ୍ରୀ ଗାୟତ୍ରୀ ପଟ୍ଟନାୟକ, ଉଦଳା କଲେଜ ର ଛାତ୍ର ରଥ ମାରାଣ୍ଡି, ମହାରାଜ ପୂର୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ଆଦର୍ଶ କୁମାର ରାଉତ, ୟୁ.ବି.ଏସ୍ କଲେଜ ର ଛାତ୍ରୀ ରିମା ଧୀର ଏହି ଶିବିରରେ ମନୋନୀତ ହୋଇ ଓଡିଶାର କଳା ସଂସ୍କୃତି କୁ ମହତ୍ୱ ପ୍ରଦାନ କରି ମୁଖ୍ୟ ପ୍ରସଙ୍ଗ-“ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ” ଅବସର ରେ ସବୁଠାରୁ ଦୀର୍ଘତମ ପଦଯାତ୍ରା ରେ ଯୋଗଦାନ କରିଛନ୍ତି। ପଦଯାତ୍ରା ଟିକୁ “ଷ୍ଟାଚ୍ୟୁ ଅଫ୍ ୟୁନିଟି” ଠାରେ ସମାପ୍ତ କରାଯାଇଛି ଏବଂ ଓଡିଶା ରୁ ଯାଇଥିବା ସମସ୍ତ ସ୍ବେଛାସେବୀ ମାନେ ନିଜର ସଂସ୍କୃତି ର ପ୍ରଦର୍ଶନ କରି ଆମ ରାଜ୍ୟ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଦୀର୍ଘ ୭ ଦିନ ଧରି ଚାଲିଥିବା ଏହି ଜାତୀୟ ଏକତା ଶିବିରରେ ରେ ଭାରତର ୮ଟି ରାଜ୍ୟରୁ ସର୍ବମୋଟ ୨୦୦ ଜଣ ଛାତ୍ରଛାତ୍ରୀ ମନୋନନିତ ହୋଇଛନ୍ତି।ଏହି ଏକତା ଯାତ୍ରା ଗୁଜରାଟ ର କରମସଦରୁ ଆରମ୍ଭ ହୋଇ “ଷ୍ଟାଚ୍ୟୁ ଅଫ୍ ୟୁନିଟି”ରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୬ ତାରିଖରେ ଶେଷ ହୋଇଥିଲା। MyBharat ଯୁବ ସଂସଦରୁ ଚୟନ ହୋଇଥିବା ସ୍ୱେଚ୍ଛାସେବୀମାନେ କରମସଦରୁ ନଭେମ୍ବର ୨୬ରେ ରାଲି ଆରମ୍ଭ କରିଥିଲେ। ପରେ ଡିସେମ୍ବର ୧ ତାରିଖରେ ଏନଆଇସି-୨୦୨୫ର ୨୦୦ ଜଣ ସ୍ୱେଚ୍ଛାସେବୀ ଏହି ରାଲିରେ ସାମିଲ ହୋଇଥିଲେ। ଯାହା ଡିସେମ୍ବର 6 ତାରିଖରେ ଶେଷ ପର୍ୟ୍ୟନ୍ତ ଉଦଯାପନୀ ହୋଇଥିଲା। ଏହି ଉଦଯାପନୀ ଉତ୍ସବରେ ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ଼କ୍ଟର ମନ୍ସୁକ ମାଣ୍ଡବ୍ୟ ସଭାରେ ଉଦବୋଧନ ଦେଇଥିଲେ ଏବଂ ଏନଆଇସି ରେ ଯୋଗ ଦେଇଥିବା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଓ ସମସ୍ତ ସ୍ବେଛାସେବୀ ମାନଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ। ଜାତୀୟ ସେବା ଯୋଜନା ବ୍ୟୁରୋ ର କାର୍ଯ୍ୟକ୍ରମ ସଞ୍ଜଯୋକ ଡ଼କ୍ଟର ବସନ୍ତ କୁମାର ମହାନ୍ତ,ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର ଅନାମ ଚରଣ ରାଉଳ,ଜାତୀୟ ସେବା ଯୋଜନା ବ୍ୟୁରୋ ର କର୍ମକର୍ତା ଙ୍କ ସହିତ ବିଭିନ୍ନ ବିଭାଗ ରୁ ଶୁବେଛା ଜଣା ଯାଇଛି।
