ହରଭଙ୍ଗା ଅଞ୍ଚଳରେ airtel ଇଣ୍ଟରନେଟ ସେଵା ର ସ୍ଥାଣୁ ଅବସ୍ଥା….
ଦୀର୍ଘଦିନ ଧରି ହରଭଙ୍ଗା ଠାରେ ସ୍ଥାପିତ ହୋଇଥିବା airtel tower ଯୋଗାଯୋଗ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ଦେଖା ଦେଇଛି l କମ୍ପାନୀ ପକ୍ଷରୁ ନୂତନ ଭାବେ 5G ଇଣ୍ଟରନେଟ ସୁବିଧା ଯୋଗାଇ ଦିଆ ଯାଇଥିଲେ ମଧ୍ୟ ଦୁର୍ବଳ network ଯୋଗୁଁ ଏହାର କୌଣସି ସୁଫଳ ଗ୍ରାହକ ମାନେ ପାଇ ପାରୁନାହାନ୍ତି l ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ l କର୍ତ୍ତୃପକ୍ଷ ଙ୍କ ଏତାଦୃଶ ମନମୁଖୀ କରବାର ଯୋଗୁଁ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି l ଯାହା ଫଳରେ ଜନସାଧାରଣ ତାଙ୍କର ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି l ମାତ୍ର ଅତ୍ୟନ୍ତ ପରୀତାପ ର ବିଷୟ ଏହିକିଯେ ଜିଲ୍ଲା ସଦର ମହକୁମା ବୌଦ୍ଧ ଠାରେ ଅବସ୍ଥାପିତ ବିଭାଗୀୟ ଅଧିକାରୀ TM ଙ୍କ ଜନସାଧାରଣ ଙ୍କ ପ୍ରତି ବ୍ୟବହାର ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି l ଏହାକୁ ନେଇ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ କୁ ଏଡାଇ ଦିଆଯାଇ ନପାରେ l ଏଣୁ aritel କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
