ତାରିଣୀ ମନ୍ଦିର ରୁ ଲକ୍ଷାଧିକ ଟଙ୍କାର ଗହଣା ଓ ଦାନବାକ୍ସ ଚୋରି
ସୋର,(କଳିଙ୍ଗ ସମାଜ): ସୋର ଅଞ୍ଚଳରେ ଚୋର ମାନେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛନ୍ତି। ଚୋର ମାନେ ଘର ଛାଡି ଏବେ ମନ୍ଦିର ଉପରେ ଲୋଲୁପ ଦୃଷ୍ଟି ପକାଉଥିବାର ଲକ୍ଷ୍ୟ କରାଯାଉଛି। ବାଲେଶ୍ଵର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ପଦନପଡା ଗ୍ରାମରେ ଥିବା ତାରିଣୀ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ପ୍ରତିଦିନ ଭଳି ଗତକାଲି ପୂଜକ ପୁଜା ସାରି ମନ୍ଦିର ଚାବି ପକାଇ ଯାଇଥିଲେ। ମାତ୍ର ଆଜି ସକାଳେ ପୁଜା କରିବାକୁ ଆସିବା ବେଳେ ମନ୍ଦିରର ଚାବି ଭଙ୍ଗା ଯାଇ ଲକ୍ଷାଧିକ ଟଙ୍କାର ମା’ଙ୍କ ଦୁଇଟି ମୁକୁଟ, ଗହଣା , ଦାନ ବାକ୍ସ , ପିତଳ ଘଣ୍ଟା ଓ ଅନ୍ୟାନ୍ୟ ଦାମି ଆସବାବପତ୍ର ଚୋରି ହୋଇଥିବା ଜାଣିବାକୁ ପାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଏନେଇ ସୋର ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
