*ଛତରଙ୍ଗ ଠାରେ ଷଷ୍ଠ ତମ ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ*
ହରଭଙ୍ଗା :-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଛତରଙ୍ଗ ଗ୍ରାମ ପଂଚାୟତ ପକ୍ଷ ରୁ ସରପଞ୍ଚ ତଥା କ୍ରୀଡାପ୍ରତିଯୋଗିତା ର ସଭାପତି ବିନୋଦିନୀ ପ୍ରଧାନ ଙ୍କ ଅଧକ୍ଷତା ରେ ଷଷ୍ଠ ତମ କ୍ରୀଡା ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ବିନୋଦିନୀ ପ୍ରଧାନ ଙ୍କ ଅଧକ୍ଷ୍ୟ ତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସନମାନୀତ ଅତିଥି ଭାବରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ,ପୂର୍ବତନ ସରପଞ୍ଚ ସୁଶୀଲ ପ୍ରଧାନ,ନାରାୟଣ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର,ହରଭଙ୍ଗା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ ,ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ପ୍ରମୁଖ ମଂଚାସୀନ ଥିଲେ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ବିବରଣୀ ପାଠ କରିଥିଲେ.।ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ଓ ଗଣପତି ଙ୍କ ଫୋଟ ଚିତ୍ର ରେ ଧୂପ ଦୀପ ପ୍ରଜ୍ୱଳ ପରେ ସଭା ଆରମ୍ବ ହୋଇଥିଲେ ।ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିଲେ। ସତ୍ୟନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ବାରିକ ଛାତ୍ର ଛାତ୍ରୀ ମାନେ ପାଠ ଓ କ୍ରୀଡ଼ାକୁ ନିଶା ଏବଂ ପେସା କଲେ ଭବିଷ୍ୟତ ଉଜ୍ଜଳ ହେବ ବୋଲି ପ୍ରକାଶ କରିଥିଲେ। ଛତ୍ରଙ୍ଗ ପଂଚାୟତର ଦୁଇଜଣ ଓ.ସି.ଏସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଫିରୋଜ କୁମାର ବଘାର ଓ ପୂଜାରାଣୀ ପ୍ରଧାନ ଙ୍କୁ ମୁଖ୍ୟ ଅତିଥି ଉପଢ଼ୋକନ ଓ ମାନପତ୍ର ଦେଇ ସମର୍ଦ୍ଧିତ କରାଯାଇଥିଲା ଖେଳ କୁ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ନିରଞ୍ଜନ ସାହୁ, ସହକାରୀ ଶିକ୍ଷକ ନିରଞ୍ଜନ ଆଚ।ଯ୍ୟ, ଅଜୟ କୁମାର ପ୍ରଧାନ, ମୁନା ମାଝୀ, ଅଶ୍ୱିନୀ ପାଣିଗ୍ରାହୀ,ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ ମାନେ ।ଏଥିରେ ପଂଚାୟତ ର ବାଇଶିପଡ଼ା,ଛତ୍ରଙ୍ଗ, ଖରାଭୂଇଁ, କୁଟୀଗାଡୁ, ଝାରଖମନ, ଗୁଣ୍ଡୁରୀସାହି, କଣ୍ଠିପଦର, ଭାଲିଆଗୋରା ଆଦି ଗ୍ରାମ ରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଶିଶୁମନ୍ଦିର ଓ ଉଚ୍ଚ ବିଦ୍ୟାଳୟ ଇତ୍ୟାଦି ବିଦ୍ୟାଳୟ ର ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ୩ଟି ବର୍ଗ ରେ ୪୦ ଟି ବିଭାଗ ରେ ଅଂଶ ଗ୍ରହଣ କରିଥିଲେ ବିଜୟୀ ପ୍ରତିଯୋଗୀ ଙ୍କୁ ପଦକ ଓ ମାନପତ୍ର ଇତ୍ୟାଦି ଅତଥୀ ମାନଙ୍କ ଦ୍ୱରା ପ୍ରଦାନ କରାଯାଇଥିଲା। ଉକ୍ତ ଦୁଇଦିନିଆ କ୍ରୀଡା ପ୍ରତିଯୋଗିତା ରେ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ଦିଲ୍ଲିପ ସାହୁ, ସାନୁ ହୋତା, ଦିଲ୍ଲିପ ମହାନ୍ତି, ବିନୋଦିନୀ ପ୍ରଧାନ, ତ୍ରିନାଥ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ସୁନୀଲ ଗୁରୁଜୀ, ପ୍ରମୁଖ ସହଯୋଗ କରିଥିଲେ।ଛତ୍ରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚମ୍ପିୟାନ ବିବେଚିତ ହୋଇଥିଲେ
