*ନୂଆପଡ଼ା ଜିଲ୍ଲା ଖଡିଆଳ ଏନ୍ ଏ ସି ପକ୍ଷ ରୁ ଶୀତ ରାତ୍ରୀକାଳୀନ ଆଶ୍ରୟ କେନ୍ଦ୍ର ସ୍ଥାପିତ, ମାନସିକ ରୋଗୀଙ୍କ ପାଇଁ ରାତ୍ରି କାଳୀନ ଆବାସ ବ୍ୟବସ୍ଥା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ଏନ୍ ଏ ସି ପକ୍ଷ ରୁ ଶୀତ ରାତ୍ରୀକାଳୀନ ଆଶ୍ରୟ କେନ୍ଦ୍ର ସ୍ଥାପିତ, ମାନସିକ ରୋଗୀଙ୍କ ପାଇଁ ରାତ୍ରି କାଳୀନ ଆବାସ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ନାଗରିକ ବଞ୍ଚିବାର ଅଧିକାର ଥିବା ବେଳେ ସମ୍ମାନ ର ସହ ବଞ୍ଚିବା ବ୍ୟବସ୍ଥା କରିଛନ୍ତି। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଯାହାର କୌଣସି ଆବାସ ନଥିବା ବେଳେ ବାହାରୁ କୌଣସି କାର୍ଯ୍ୟ ନେଇ ଅଟକି ଯାଇଥିବା ବ୍ୟକ୍ତି କିମ୍ବା ମାନସିକ ରୋଗ ଗସ୍ତ ବ୍ୟକ୍ତିଙ୍କୁ ଶୀତ କାଳୀନ ଆବାସ ପାଇଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହାର ସୁବିଧା ନେବା ପାଇଁ ଜନସାଧାରଣ ଙ୍କୁ ସୂଚିତ କରିଛନ୍ତି। ସମସ୍ତ ସୁବିଧା ଥିବା ବେଳେ ଏହା ପାଇଁ ରାଜ୍ ସାହୁ ଙ୍କୁ ଯୋଗାଯୋଗ କରିବାକୁ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ପ୍ରକାଶ କରିଛନ୍ତି।
