ଦିବଂଗତ ସାମ୍ବାଦିକ ସ୍ୱର୍ଗତ ଦେବଦାସ କୁଣ୍ଡୁଙ୍କ ଶ୍ରାଦ୍ଧ ଦିବସ ପାଳିତ !
ବାଲେଶ୍ବର ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ତରଫରୁ ସ୍ଥାନୀୟ ସାମ୍ବାଦିକ ପ୍ରକୋଷ୍ଠରେ କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ସ୍ୱର୍ଗତ ଦେବଦାସ କୁଣ୍ଡୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ବୁଧାନ ହେମ୍ବ୍ରମ, ବରିଷ୍ଠ ସାମ୍ବାଦିକ ରବି ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱର୍ଗତ କୁଣ୍ଡୁଙ୍କ ର ସ୍ମୃତି ଚାରଣ କରିଥିବାବେଳେ, ବହୁ ସାମ୍ବାଦିକ ଉପସ୍ଥିତ ରହି ସ୍ୱର୍ଗତ କୁଣ୍ଡୁ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କମିଟିର ସମ୍ପାଦକ ଗଗନ ଚନ୍ଦ୍ର ସେଠୀ ସ୍ମୃତି କମିଟିର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ, ଏହି ଅବସରରେ ସାମ୍ବାଦିକ ସନ୍ଦୀପ୍ତ ଦାସ, ସାମ୍ବାଦିକ ତ୍ରିଲୋଚନ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
