
ଢେ଼ଙ୍କାନାଳ ସଦର : ଫୁଲରୁ ଫୁଲକୁ ଉଡ଼ି ପ୍ରଜାପତି ମହୁ ଶୋଷିନିଏ। ସୂକ୍ଷ୍ମ ତଥା ଚିତ୍ରିତ ଡେଣାଧାରୀ ସବୁ ପ୍ରଜାପତିଙ୍କ ଜୀବନରେ ରହିଛି ଗୋଟାଏ ରୂପାନ୍ତରଣ କାହାଣୀ। ମାଟି ଓ ଗଛବୃଚ୍ଛରେ ଘୁଷୁରି ଘୁଷୁରି ଚାଲି ମନରେ ଭୟ ସଂଚାର କରୁଥିବା ସଁବାଳୁଆ ହେଉଛି ପ୍ରଜାପତିର ପୂର୍ବ ରୂପ।ପ୍ରଜାପତିମାନେ ଯେତିକି ଆକର୍ଷଣୀୟ ପ୍ରକୃତି ସଂରକ୍ଷଣ ଦୃଷ୍ଟିରୁ ସେତି କି ଗୁରୁତ୍ଵପୂର୍ଣ୍ଣ ମଧ୍ୟ। ଶାରୀରିକ ସୌନ୍ଦର୍ଯ୍ୟ ବ୍ୟତୀତ ପ୍ରଜାପତି ପରିସ ରିସଂସ୍ଥାନର ଏକ ଅପରିହାର୍ଯ୍ୟ ଅଂଶ। ପରାଗ ସଙ୍ଗମକାରୀ ରୂପେ ପ୍ରଜାପତିମାନେ ଉଦ୍ଭିଦ ପ୍ରଜନନ ଏବଂ ଗୁଣସୂତ୍ର ବିବିଧତା ବଜାୟ ରଖନ୍ତି। ଲାର୍ଭା ଅବସ୍ଥାରେ ବେଳେ ପ୍ରଜାପତି ଉଦ୍ଭିଦ ଭକ୍ଷଣ କରିବା ଯୋଗୁଁ ସେସବୁ ନିୟନ୍ତ୍ରିତ ହୋଇ ରହେ। ଲାର୍ଭା ବଡ ହୋଇ ସଁବାଳୁଆ ହେଲେ ଚଢ଼େଇ,ବୁଢ଼ିଆଣୀ ଓ ଅନ୍ୟାନ୍ୟ ଶିକାର ଜୀବଙ୍କ ଆହାର ହୁଏ। ପ୍ରଜାପତିଙ୍କ ଆବାସସ୍ଥଳୀ ଓ ଜଳବାୟୁ ଆବଶ୍ୟକତା ବେଶ୍ ନିର୍ଦ୍ଦିଷ୍ଟ। ପ୍ରାକୃତିକ ପରିବେଶରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ପ୍ରଜାପତିମାନେ ବିଶେଷ ପ୍ରଭାବିତ ହୁଅନ୍ତି। ସମ୍ବେଦନଶୀଳତା ଯୋଗୁଁ ପ୍ରଜାପତିମାନେ ପରିସଂସ୍ଥାନ ଓ ଜଳବାୟୁ ପରିବର୍ତନ ପ୍ରଭାବର ଏକ ଗୁରୁତ୍ଵ ପୂର୍ଣ ସୂଚକ ଭାବେ କାର୍ଯ୍ୟ କରନ୍ତି। ଭାରତର ମୁଖ୍ୟ ଭୂଖଣ୍ଡରେ ପ୍ରାୟ ୧୫୦୦ ଜାତିର ପ୍ରଜାପତି ଅଛନ୍ତି। ଏମାନଙ୍କ ମଧ୍ୟରୁ ୬୭% ଭାରତୀୟ ହିମାଳୟ ଅଂଚଳରେ ଦେଖାଯାଆନ୍ତି। ପ୍ରଜାପତିମାନଙ୍କର ଏପରି ବିବିଧତା ପ୍ରତ୍ୟକ୍ଷ ଭାବେ ହିମାଳୟ ଅଂଚଳର ସ୍ଥାନଭିତିକ ବିବିଧତା ସହ ବିଭିନ୍ନ ଅସଂଖ୍ଯ ସଂପୃକ୍ତ,ଯାହା ସମୁଦ୍ର ପତନ ଠାରୁ ଉଚ୍ଚତାରେ ଆବାସସ୍ଥଳୀ ସୃଷ୍ଟି ସ୍ଥାନୀୟ ପ୍ରକୃତି ସହିତ ଖାପ ଭଳି ପ୍ରଜାପତିଙ୍କର ରଙ୍ଗ ଓ ସୂର୍ଯ୍ୟକିରଣ ଶୋଷଣ କରିପାରେ। ଏଥି ସହ ଏ ପ୍ରଜାପତି ପୋଲାରାଇଜ୍ଡ ଆଲୋକ ବ୍ୟବହାର କରି ମେଘୁଆ ପାଗରେ ମଧ୍ୟ ବାଟ ଜାଣି ପାରନ୍ତି ଏବଂ ଅଧୂକ ମହୁଥିବା ଫୁଲଗୁଡ଼ିକୁ ଚିହ୍ନଟ କରି ପାରନ୍ତି। ଫଳରେ ସବୁ ସମୟରେ ପରାଗ ସଙ୍ଗମ ସମ୍ଭବ ହୁଏ। ଶିକାରୀ କବଳରୁ ରକ୍ଷା ପାଇବା ପାଇଁ ଶୋଷଣ ନ୍ତକମନ୍ ୱିଣ୍ଡିମିଲ୍’ଜାତିର ପ୍ରଜାପତିମାନେ ଲାର୍ଭ ଅବସ୍ଥାରେ ଆଶ୍ରୟ ନେଇଥିବା ଗଛରୁ ବିଷାକ୍ତ ରସାୟନ ସଂଶ୍ଳେଷଣ କରି ନିଜ ଦେହରେ ସାଇତି ରଖୁଥାଆନ୍ତି। ଫଳରେ ଲାର୍ଭା ଓ ପରେ ସଁବାଳୁଆ ଶିକାରୀ ଜୀବଙ୍କ ଖାଦ୍ୟ ପାଇଁ ଅନୁପଯୁକ୍ତ ହୋଇଯାଏ। ଜଳବାୟୁ ପରିବର୍ତ୍ତନ ବହୁଜାତିଙ୍କ ଅସ୍ତିତ୍ବକୁ ସଂକଟରେ ପକାଇଛି। ବିଶେଷକରି,ସଂକୀର୍ଣ୍ଣ ପରିସଂସ୍ଥାନୀୟ କ୍ଷେତ୍ର କିମ୍ବା ଏକ ନିର୍ଦ୍ଦିଷ୍ଟ ଆଶ୍ରୟଦାୟୀ ବୃକ୍ଷ ବା ଜଳବାୟୁ ଆବଶ୍ୟକ କରୁଥିବା ପ୍ରଜାପତିର ଜୀବନଧାରଣ ଆଜି ବିପଦ ପ୍ରବଣ। ତାପମାତ୍ରା ବୃଦ୍ଧି ପ୍ରଜାପତି ଜୀବନ ଚକ୍ରକୁ ଅଧିକ ଘାତକ କରିଦେଲାଣି। ଉତାପ ବୃଦ୍ଧି କାରଣରୁ କେତେକ ପ୍ରଜାପତିଙ୍କ ଆଶ୍ରୟ ପ୍ରଦାନକାରୀ ଗଛ ସବୁର ବିସ୍ତାରରେ ପରିବର୍ତ୍ତନ ଘଟୁଛି ଏବଂ ସେଗୁଡ଼ିକ ଉଚ୍ଚତର ସ୍ଥାନରେ ଦୃଶ୍ୟମାନ ହେଉଛନ୍ତି। ଅନ୍ୟାନ୍ୟ ମାନବୀୟ କାର୍ଯ୍ୟକଳ ସକାଶେ ମଧ୍ଯ ପ୍ରଜାପତିଙ୍କର ପ୍ରାକୃତିକ ଆବାସସ୍ଥଳୀ ଅବକ୍ଷୟ ହେଉଛି। କୃଷି ଓ ଭିତିଭୂମି ସଂପ୍ରସାରଣ ରଣ ସେମାନଙ୍କର ବାସସ୍ଥାନ ଖଣ୍ଡବିଖଣ୍ଡନ କାର୍ଯ୍ୟ ତ୍ଵରାନ୍ବିତ କରୁଛି। ପ୍ରକୃତି ସଂରକ୍ଷଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏହି ସୁକୁମାର ତଥା ସୁନ୍ଦର ପତଙ୍ଗ ଆଜି ପ୍ରକୃତିରେ ତିଷ୍ଠି ରହିବାକୁ ସଂଗ୍ରାମ କରୁଛି। ପ୍ରକୃତିର ଅମୂଲ୍ୟ ଦାନ ପ୍ରଜାପତିମାନେ ନିରବରେ ଉଭେଇଯାଉଥିବା କଥା ଆଜି ଲୋକଲୋଚନକୁ ଆସିପାରୁ ନାହିଁ।
