ରାଧାନାଥ ପଡ଼ିଆରେ ସୋର ମାରାଥନ କମିଟି ତରଫରୁ ଦୁଇ ଦିନିଆ ଯୋଗ ଶିବିର ଆୟୋଜିତ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ):ଯୋଗ ହିଁ ଜୀବନ। ଏହି ପରିପ୍ରେକ୍ଷୀରେ ସୋର ରାଧାନାଥ ପଡିଆରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ସୋର ମାରାଥନ୍ ଆନୁକୁଲ୍ୟରେ ଅୟୋଜନ କରାଯାଇଥିଲା। ସୁଦୂର ଆମେରିକାରୁ ଆସିଥିବା ସୋର ମାଟିର ଝିଅ ତଥା ଯୋଗ ଗୁରୁ ଶ୍ରୀମତୀ ନୀତା ମହାନ୍ତି ଓ ଗାୟତ୍ରୀ ପରିବାରର ଯୋଗ ଗୁରୁ ଶ୍ରୀଯୁକ୍ତ ଖଗପତି ମେହେର ଯୋଗ ଶିକ୍ଷ୍ୟା ପ୍ରଦାନ କରିଥିଲେ। ପରମେଶ୍ବର ପାଢ଼ୀ ମଞ୍ଚରେ ସାହଯ୍ୟ କରିଥିଲେ। ସ୍ଥାନୀୟ ଯୋଗ ପ୍ରଶିକ୍ଷକ ପ୍ରଫୁଲ୍ଲ ମହାନ୍ତି, ପ୍ରଭାସ କୁମାର ମହାପାତ୍ର, ହୃଷିତ୍ କୁମାର ଦ୍ୱାରି , ପ୍ରଭାଷ କୁମାର ମହାପାତ୍ର
ବିଷ୍ଣୁପ୍ରିୟା ମହାନ୍ତି,ଆଦ୍ୟାଶା ଦାସ
ସୂର୍ଯ୍ୟକାନ୍ତ ବାରିକ ପ୍ରମୁଖ ସହଯୋଗ କରିଥିଲେ । ସର୍ବମୋଟ ୧୨୦ ଜଣ ଯୋଗ ପ୍ରଶିକ୍ଷଣ ନେଇଥିଲେ। ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଦାସ ଏବଂ ସଂପାଦକ ସୌମ୍ୟ ଶାନ୍ତ ଅମୃତ ପଟ୍ଟନାୟକ ଉପ ସଭାପତି ଅବଦୁଲ୍ ଓଦୁଦ୍ ଖାଁ , ଗୌରୀଶଙ୍କର ସିଂ, ତାପସ କୁମାର ପାତ୍ର ଶିବିର ଆୟୋଜନ କରିଥିବା ବେଳେ ରବୀନ୍ଦ୍ର କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ।
