*ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ, ଆନ୍ତଃମହାବିଦ୍ୟାଳୟ ସ୍ତରୀୟ କବାଡିରେ ନୂଆପଡ଼ା ନେସନାଲ କଲେଜ୍ ଚମ୍ପିୟାନ*
ନୂଆପଡା (ମିଖାଏଲ ନନ୍ଦ)
ନେସନାଲ କଲେଜ ନୂଆପଡା କ୍ରମାଗତ ଭାବେ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଅଛି। ଫାଇନାଲ ରେ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଥିଲେ। ନେସନାଲ କଲେଜ ନୂଆପଡା ଏହି ପ୍ରତିଯୋଗିତା ପାଇଁ ଜୋରଦାର ପ୍ରସ୍ତୁତି କରିଥିଲେ, ୧୦ ଦିନ ଆଗରୁ କବାଡି ମେଟ୍ ରେ କବାଡି ପ୍ରଶିକ୍ଷକଙ୍କ ସହିତ, କଲେଜ୍ ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁଙ୍କ ମାର୍ଗଦର୍ଶନ ରେ କଲେଜ୍ କ୍ରୀଡ଼ା ଶିକ୍ଷକଙ୍କ ନେତୃତ୍ୱରେ ଦଳ ଜୋରଦାର ପ୍ରସ୍ତୁତି କରିଥିଲେ,୨୯ ତାରିଖ ଦିନ ପ୍ରତିଯୋଗୀତା ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ, କଳାହାଣ୍ଡିରେ ଆୟୋଜିତ ହୋଇଥିଲା। ନେସନାଲ କଲେଜ୍ ର ଖେଳାଳି ମାନେ କଲେଜ୍ ପହଞ୍ଚିବା ପରେ ତାଙ୍କୁ କଲେଜ୍ ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା ଓ ୧ ହଜାର ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭବ୍ୟ ସ୍ବାଗତ, ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜଣାଇଥିଲେ। କଲେଜ୍ ପକ୍ଷ ରୁ କ୍ରୀଡ଼ା ଅଧ୍ୟାପକ ଶ୍ରୀ ପ୍ରକାଶ କୁମାର ସାହୁଙ୍କୁ ଉପଢୌକନ ଓ ଫୁଲ ମାଳ ସହିତ ସ୍ବାଗତ ଅଭିନନ୍ଦନ ସମ୍ବର୍ଦ୍ଧନା ଜଣାଇଥିଲେ। ନୂଆପଡ଼ା କୁ ଗର୍ବ ଆଣିଥିବା ଖେଳାଳି ମାନେ ହେଲେ ହରିଶ୍ ମାଝୀ, ଗୌରବ ସାହୁ, ବସନ୍ତ ସାହୁ, ଦଶରଥ ରାଉତ, ନରେଶ ମାଝୀ, ଡୋଳାମଣି ମାଝୀ, ନରସିଂହ ମାଝୀ, ଆରୀୟନ୍ ମାଝୀ, ମୁକେଶ ମାଝୀ,ପପ୍ପୁ ଶବର, ଡୀଗେସ ମାଝୀ, କାର୍ତ୍ତିକ ରାଉତ,ଧନରାଜ ମାଝୀ, କୋମଳମାଝୀ।
