*ଉପ-ନିର୍ବାଚନ ସଫଳତାର ସହିତ ପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ,ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କୁ ପ୍ରଶଂସା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲାର ୭୧-ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀର ଉପ-ନିର୍ବାଚନ ସଫଳତାର ସହିତ ପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ,ଜିଲ୍ଲାପାଳ ମଧୁସୂଦନ ଦାଶ ଓ ସମଗ୍ର ପ୍ରଶାସନକୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି । ଏକ ପତ୍ରରେ ଶ୍ରୀ ଆର୍ ଏସ ଗୋପାଳନ୍ ଉଲ୍ଲେଖ କରିଛନ୍ତି ଯେ,ସମସ୍ତ ବର୍ଗର ଭୋଟର ବରିଷ୍ଠ ନାଗରିକ, ଯୁବକ, ଦିବ୍ୟାଙ୍ଗ, ମହିଳା ଏବଂ ପିଭିଟିଜିମାନେ ପ୍ରଶଂସନୀୟ ଉତ୍ସାହ ସହିତ ବହୁ ସଂଖ୍ୟାରେ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ଅନୁଷ୍ଠିତ ଉପ-ନିର୍ବାଚନରେ ଭୋଟରଙ୍କ ମତଦାନ ପ୍ରତିଶତ ସମଗ୍ର ଦେଶ ତୁଳନାରେ ନୂଆପଡାରେ ସର୍ବାଧିକ ଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ଭାବରେ ଜିଲ୍ଲାପାଳଙ୍କ ନେତୃତ୍ୱ ସମଗ୍ର ପ୍ରକ୍ରିୟାରେ ଦୃଶ୍ୟମାନ ଥିଲା। ସେ ନିଶ୍ଚିତ କରିଥିଲେ ଯେ ଉପନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟ ନିରପେକ୍ଷତା ଏବଂ ସ୍ୱଚ୍ଛତା ସହିତ ପରିଚାଳନା କରାଯିବ । ଏକ ମୁକ୍ତ, ନିରପେକ୍ଷ ଏବଂ ବିଶ୍ୱସନୀୟ ନିର୍ବାଚନ ପ୍ରକ୍ରିୟାର ନୀତି ବଜାୟ ରହିବ । ସମସ୍ତ ଭୋଟରଙ୍କ ନିକଟରେ ପହଞ୍ଚିବା ଏବଂ ନିର୍ବାଚନକୁ ସୁଗମ ଏବଂ ସରଳ କରିବା ପାଇଁ ଜିଲ୍ଲାପାଳଙ୍କ ଯତ୍ନର ସହିତ ପ୍ରସ୍ତୁତ ଯୋଜନାକୁ
