ଗଞ୍ଜାମ ମିନି ପିକଅପ ଓନର ଆସୋସିଏସନ ର କାର୍ଯ୍ୟକାରିଣୀ ବୈଠକ।
ଗୋପାଳପୁର -ସ୍ଥାନୀୟ ଗୋପାଳପୁରସ୍ଥିତ ଗଙ୍ଗେଇଶୁଣି ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ମିନି ପିକଅପ ଓନର ଆସୋସିଏସନ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଦ୍ୟପାନ ନ କରି ଟ୍ରାଫିକ ନିୟମ ମାନି ଗାଡିଚଳାଇବା, ରାସ୍ତାରେ ଦୁର୍ଘଟଣା ଘଟିଲେ ଅଣଦେଖା ନ କରି ମେଡିକାଲ ରେ ପହଞ୍ଚାଇବା ବ୍ୟବସ୍ଥା, ସଂଘର ଯେକୌଣସି ଭାଇଙ୍କର ଦୈବ ଦୁର୍ଘଟଣା ରୁ ମୃତ୍ୟୁ ହୁଏ କିମ୍ବା ଅକାମି ହୋଇଯାନ୍ତି ତେବେ ସଂଘ ତରଫରୁ ତାଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ସହ ଖାଦ୍ୟ ପଦାର୍ଥ ପ୍ରଦାନ କରିବା, ବର୍ଷର ଅଗଷ୍ଟ ମାସରେ ବୃକ୍ଷରୋପଣ ଓ ପରିବେଶ କୁ ସଫରଖିବା ଏବଂ ଜାନୁଆରୀ ମାସରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ଜାନୁଆରୀ ୨୬ତାରିଖରେ ଵୃଦ୍ଧାଶ୍ରମ ଓ ଅନାଥ ଆଶ୍ରମ କୁ ଯାଇ ଖାଦ୍ୟ ଓ ପୋଷାକ ବଣ୍ଟନ ଏବଂ ସରକାରଙ୍କ ପରିବହନ ସମ୍ପର୍କିତ ସର୍ବ ନିୟମ ମାନି ଚାଲିବା ଆମର ଲକ୍ଷ୍ୟ ବୋଲି ସଂଘ ମତପୋଷଣ କରିଥିଲା। ପିକଅପ ଗାଡି ଛୋଟ ହୋଇଥିବାରୁ ସେହିଥିରେ ସରକାରଙ୍କ ଧାର୍ଯ୍ୟ ଅନୁସାରେ ମାଲ ପରିବହନ କଲେ ସେହି ମଲିକ ମାନଙ୍କୁ ଭଡା ସୁହାଉ ନାହିଁ ଯାହାଫଳରେ ଅଧିକ ମାଲ ପରିବହନ କରିବାକୁ ପଡୁଛି କିନ୍ତୁ ପରିବହନ ବିଭାଗ ପ୍ରାୟ ୨୮୦୦୦ହଜାର ଜରିମାନା ଚାଲାଣ କାଟୁଛି। କିନ୍ତୁ ଏହାକୁ କୋହଳ କଲେ ଆମେ ଉପକୃତ ହୋଇପାରିବୁ,ଜାତୀୟ ରାଜପଥ ରେ ଅବାଧରେ ବିଚରଣ କରୁଥିବା ଗାଈଗୋରୁ ଙ୍କ ପାଇଁ ଅନେକ ଥର ଦୁର୍ଘଟଣା ର ଶିକାର ହେବାକୁ ପଡୁଛି ତେଣୁ ସରକାର ଏଥିପ୍ରତି ଦୃଷ୍ଟିନିକ୍ଷେପ କରି ସମାଧାନ କରିବା ନିହାତି ଆବଶ୍ୟକ। କୌଣସି ଅନିର୍ଵାଯ୍ୟ କାରଣ ବଶତଃ ପରିବାର ର ଅସୁବିଧା ଯୋଗୁଁ ଗାଡି ଚାଲେନି ଯାହାଫଳରେ ଆମେ ଫାଇନାନ୍ସ ପୈଠ କରିପାରୁନାହୁଁ ଯାହାଫଳରେ ସିଜର ଵାଲା ୩ମାସ ପରେ ଗାଡି ନେଇଯାନ୍ତି ତେଣୁ ସରକାରଙ୍କୁ ଅନୁରୋଧ ୩ମାସରୁ ୬ମାସ କୁ ବୃଦ୍ଧି କରିବା। ଗୁଣ୍ଡା ଶ୍ରେଣୀୟ ନକଲି ସିଜର ଵାଲା ଆମ ଠାରୁ ବହୁତ ଟଙ୍କା ଲୁଟିନେଉଛନ୍ତି ତେଣୁ ସିଜର ଵାଲା ମାନଙ୍କର ପରିଚୟ ପତ୍ର ବାଧ୍ୟ କରାଯାଉ। ସରକାର ଯେପରି ମହିଳାମାନଂକୁ ରୋଜଗାର କ୍ଷମ କରିବାପାଇଁ ବିନା ସୁଧରେ ୧୦ଲକ୍ଷ ଟଙ୍କା ସହାୟତା ପ୍ରତିଶୃତି ଦେଇଛନ୍ତି ସେହିପରି ଆମକୁ ମଧ୍ୟ ଦିଆଯାଉ। ଚାରି ଚକିଆ ଗାଡି ଯୋଗୁଁ ଆମେ ରାସନ କାର୍ଡ ଓ ସ୍ୱାସ୍ଥ୍ୟ ବୀମା ରୁ ବଞ୍ଚିତ ହେଉଛୁ। ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ସରକାରୀ ଯୋଜନାରେ ଆମ ଛୋଟ ଗାଡି କୁ ସାମିଲ କରଯାଉ। ସରକାର ଆମ ଛୋଟ ଗାଡି ପାଇଁ କୌଣସି ଯୋଜନା ବାହାର କରନ୍ତୁ ଯାହାଫଳରେ ଆମେ ଉପକୃତ ହେବୁ। କେନ୍ଦ୍ର ସରକାରଙ୍କ ପରିବହନ ନିୟମ ଅନୁଯାୟୀ ଆମକୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଏଥିପ୍ରତି କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ ଏବଂ ପୋଲିସ ଓ ଆରଟିଓ ର ମନମୁଖୀ କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଅଛୁ ବୋଲି ସଙ୍ଘଠନ ର ସରକାରଙ୍କ ପାଖରେ ନିବେଦନ ରହିଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଉପଦେଷ୍ଟା ଜାବେଦ ସରିଫ, ସଭାପତି ତ୍ରିପତି ମଣ୍ଡଳ, ଉପସଭାପତି ଜିତେନ୍ଦ୍ର ରଣା, ସମ୍ପାଦକ ଭବାନୀ ଶଙ୍କର ପଣ୍ଡା, ଯୁଗ୍ମ ସମ୍ପାଦକ ଦୀପକ ସାହୁ, କୋଷାଧକ୍ଷ ସଞ୍ଜୟ ସାହୁ, ସହ କୋଷାଧକ୍ଷ ବିଶ୍ୱଜିତ ଦାସ, କମିଟି ସଦସ୍ୟ ଦୀପକ କୁମାର ସାହୁ, ଜେ ସିମାଞ୍ଚଳ, ନିରଞ୍ଜନ ପଣ୍ଡା, ଅଭିଷେକ ପଣ୍ଡା, ପ୍ରଦୀପ କୁମାର ସାହୁ, ସ୍ମୃତି ରଞ୍ଜନ ଜେନା, ଆକାଶ ଶତପଥୀ ସମେତ ସଂଘ ର ପ୍ରାୟ ୧୩୦ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ଥିଲେ।
