ଚୋରା ଚାଲାଣ ଗୋରୁ ବୋଝେଇ ଦୁଇଟି ବୋଲେରୋ ଜବତ, ଦଶ ରୁ ଉର୍ଦ୍ଧ ଗାଈ ଉଦ୍ଧାର।
ରିପୋର୍ଟର – ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା
କାମାକ୍ଷାନଗର-
କାମାକ୍ଷାନଗର ସହର ସନ୍ନିକଟ ଜିରୀଡ଼ାମାଳି ଛକ ଠାରେ ଗୋରୁ ବୋଝେଇ କରି ଯାଉଥିବା ବୋଲେରୋ କୁ ଜବତ କରାଯାଇ ସେଥିରୁ ଦଶ ରୁ ଉର୍ଦ୍ଧ ଗାଈ ଉଦ୍ଧାର କରାଯାଇଛି l ଯାଜପୁର ଦିଗରୁ ଦୁଇଟି ବୋଲେରୋ ରେ ଗାଈ ଚୋରା ଚାଲାଣ ହେଉଥିବା ଖବର ପାଇ ମାରୁତି ସେନା, ବଜରଙ୍ଗ ସେନା ର ସଦସ୍ୟମାନେ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ଜିରୀଡମାଳି ଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଅଟକ ରଖିଥିଲେ l ବୋଲେରୋ ରେ ୬ ଟି ଲେଖାଏଁ ବାର ଗୋଟି ଗାଈ ଥିବାର ଜଣାଯାଇଛି l ସାଧାରଣତଃ ବୋଲେରୋ ଗାଡ଼ିରେ ୬ ରୁ ଉର୍ଦ୍ଧ ଲୋକ ବସି ଜଯାତାୟତ କରିବା ସମ୍ଭବ ହେଉ ନଥିବା ବେଳେ ୬ ଗୋଟି ଗୋରୁ ଙ୍କୁ ଏହି ବୋଲେରୋ ରେ ଅମାନୁଷିକ ଭାବେ ନେଉଥିବା ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ବୋଲେରୋ ସହିତ ଗାଈ ଗୁଡିକୁ ଉଦ୍ଧାର କରାଯାଇଛି l ଏହି ଗୋରୁ ଗୁଡିକୁ ଯାଜପୁର ରୁ କାମାକ୍ଷାନଗର ଦେଇ ରାଉଲକେଲା ଦିଗକୁ ଚାଲାଣ ହେଉଥିବାର ଅନୁମାନ କରାଯାଉଛି l ତେବେ ଏଭଳି ଗୋରୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l
