କୃଷକ ଉତ୍ପାଦକ ସଂଗଠନ ଓ ଜ଼ିଲ୍ଲା ଅଧିକାରୀ ଙ୍କ ସମ୍ୱନ୍ନୟ ବୈଠକ :-
ଆଜି ଉପ ନିର୍ଦେଶକ, ଉଦ୍ୟାନ ବିଭାଗ, ବୌଦ୍ଧ ଙ୍କ ସମ୍ମିଳନୀ କକ୍ଷ ରେ, ଜ଼ିଲ୍ଲା ର ସମସ୍ତ ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନ ର ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜ଼ିଲ୍ଲା ର ସମସ୍ତ ଅଧିକାରୀ ଙ୍କ ଏକ ମିଳିତ ସମ୍ୱନ୍ନୟ ବୈଠକ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ,
ଡ଼ ତପନ ଦାସ ଙ୍କ ଅଧ୍ୟକ୍ଷତା ରେ ହୋଇଥିଲା l
ଏଥିରେ କୃଷି ସମ୍ପର୍କିତ ଓ କୃଷକ ର ଆୟ କୁ ବହୁ ଗୁଣିତ କରିବା ପାଇଁ, ତର୍କ ବିତର୍କ ରେ ଆଲୋଚନା ହୋଇ ନିମ୍ନ ବିଷୟ ବିନ୍ଦୁ ଉପରେ ଧ୍ୟାନ ଆକର୍ଷଣ କରି ନିଷ୍ପତ୍ତି ନିଆଗଲା l
1.ଆଗାମୀ ଦିନରେ ତାଲିମ ଓ ବୈଠକ କାର୍ଯ୍ୟକ୍ରମ ବିଷୟ ବିନ୍ଦୁ କୁ ସାତ ଦିନ ଆଗରୁ ନିର୍ଧାରଣ କରି, ଚିଠି ଦ୍ୱାରା ସୂଚନା ଦିଆ ଯାଉ l
2.ତାଲିମ ଓ ବୈଠକ କାର୍ଯ୍ୟକ୍ରମ ର ଆଲୋଚ୍ୟ ଅଧିବେଶନ ଓ ମତାମତ କୁ ଓଡ଼ିଆ ରେ ଲେଖାଯାଇ, ତାକୁ ଜ଼ିଲ୍ଲାପାଳ, FPO ତଥା ସରକାରଙ୍କୁ ପ୍ରେରଣ କରାଯାଉ l
3 -2016 ରୁ FPO ସଂଗଠନ, କେନ୍ଦ୍ର ସରକାର ଆରମ୍ଭ କରି ଥିଲେ ମଧ୍ୟ, ସରକାର ଙ୍କ ସଠିକ ଯୋଜନା, ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ଆନ୍ତରିକତା ଅଭାବ ଯୋଗୁଁ, ଚାଷୀ ପାଖରେ, ପହଂଚି ପାରୁନାହିଁ l
ସରକାର ଙ୍କ ସମସ୍ତ ଯୋଜନା ଓ scheme କୁ, ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉ, ଯାହା କି ଚାଷୀ ପର୍ଯ୍ୟନ୍ତ ପହଂଚି, ସଚେତନ କରାଯାଇ ପାରିବ l
4 – ଆଗାମୀ ଦିନରେ, ଯେ କୌଣସି ଚାଷୀ ସମ୍ପର୍କିତ ତାଲିମ ଓ ବୈଠକ କାର୍ଯ୍ୟକ୍ରମ ରେ, କୃଷି ସମ୍ପର୍କିତ ଅଧିକାରୀ ଅଧାରୁ ଚାଷୀ ଙ୍କୁ ସ୍ଥାନ ଛାଡ଼ି ଚାଲି ନ ଯିବା ପାଇଁ ମତ ପ୍ରକାଶ ପାଇ ଥିଲା l
5 – ଆଜି କିଛି FPO ଙ୍କୁ ସୂଚନା ଦିଆ ନ ଯାଇଥିବା ଯୋଗୁଁ, ବୈଠକ ରେ କ୍ଷୋଭ ପ୍ରକାଶ କରାଗଲା l ଆଗାମୀ ଦିନରେ ଏଭଳି ଭୁଲ ନ କରିବା ପାଇଁ ମତ ପ୍ରକାଶ ପାଇଲା l
6 – ଜ଼ିଲ୍ଲାର ସମସ୍ତ FPO ତଥା ଜ଼ିଲ୍ଲା ର ସମସ୍ତ କୃଷି ସମ୍ପର୍କିତ ଅଧିକାରୀ ଙ୍କ ଏକ Whatsaap group, ଚାଷୀ ଙ୍କ ହିତ ଉଦେଶ୍ୟ ରେ ଗଠନ କରାଗଲା l
7 -ଜ଼ିଲ୍ଲାପାଳ ଆଗ୍ରହ ଅନୁସାରେ, ଖବର କାଗଜ ରେ ପ୍ରକାଶିତ ସମ୍ବାଦ କୁ ଗୁରୁତ୍ୱ ଦେବାପାଇଁ, ସମସ୍ତ ଅଧିକାରୀ ଙ୍କୁ ଆଗ୍ରହ କରାଗଲା l
8 – ସାଲୁଁକି FPO ର ସାର liscence ଥାଇ ମଧ୍ୟ POS machine ଇତ୍ୟାଦି ଜ଼ିଲ୍ଲା କୃଷି ଅଧିକାରୀ ଅନୁମତି ନ ଦେବା କଥା ଓ ତାଙ୍କର 2 ଟି ତାଲିମ କାର୍ଯ୍ୟକ୍ରମ ରେ ଅନୁପସ୍ଥିତି କୁ ସମସ୍ତେ କ୍ଷୋଭ ପ୍ରକାଶ କଲେ l ତାହା ଚାଷୀ ଙ୍କୁ ନିରୁତ୍ସାହିତ କୁ ସୂଚାଏ ବୋଲି ଅନୁଭବ ଓ ଆଲୋଚନା ହେଲା l
9 – ଚଳିତ ବର୍ଷ, ସାର ଲାଇସେନ୍ସ ଥାଇ ମଧ୍ୟ, ଥରେ ସାର ଦେଇ, ଆଧାରୁ, ବନ୍ଦ କରି ଦେଲେ ଓ ଆଗାମୀ ଦିନରେ FPO କୁ ସାର ମିଳିବ ନାହିଁ ବୋଲି ସୂଚନା ଦେଲେ l ତାହାକୁ ଜ଼ିଲ୍ଲାପାଳ ଓ ସରକାରଙ୍କୁ ଅନୁରୋଧ ତଥା ଆଗ୍ରହ କରାଗଲା ଯେ, ସାର ଚାଷୀ ମାନେ ସୁବିଧା ରେ FPO ରୁ ପାଆନ୍ତୁ ଓ ତାଙ୍କୁ ସାର ଦିଆଯାଉ l
10 – ଚାଷୀ ତଥା FPO ଙ୍କ ମତାମତ କୁ, ସ୍ପଷ୍ଟ ଭାବେ କାର୍ଯ୍ୟକାରୀ ହେଉ ଓ ତାହାର ନକଲ କୁ ଜ଼ିଲ୍ଲାପାଳ ଓ ସରକାରଙ୍କ ପାଖକୁ ପ୍ରେରଣ କରାଯାଉ l
11 – ଗତ Dt. 30.10.2025 ର ତାଲିମ ଓ ବୈଠକ ର ମତାମତ କୁ ସଂଶୋଧନ କରି ସାତ ଦିନ ଭିତେରେ ସମସ୍ତ FPO, ଜ଼ିଲ୍ଲାପାଳ, ଓ ସରକାରଙ୍କୁ ପ୍ରେରଣ କରାଯାଉ l
11 – ଜ଼ିଲ୍ଲାପାଳ, ବୌଦ୍ଧ, ହରଭଙ୍ଗା ବ୍ଲକ ଜନଶୁଣାଣୀ କାର୍ଯ୍ୟକ୍ରମ ରେ, ସ୍ପଷ୍ଟ କଲେ ଯେ, ଗ୍ରାମାଞ୍ଚଳ ରେ ଚାଷୀ ଙ୍କୁ Go- Sugam portal ବାବଦରେ ସଚେତନ କରାଯାଉ l
12 – ପ୍ରଥମ ତାଲିମ ତଥା ବୈଠକ ରେ, 1001 କିସମ ର ଧାନ ଓ NSC ର Agri found light red ପିଆଜ ବିହନ ନହେବା କଥା କୁ ଆଲୋଚନା ହେବା ସତ୍ୱେ, ଅଧିବେଶନ ନ ଲେଖିବା କଥା କୁ, ସମସ୍ତ ଜ଼ିଲ୍ଲା ଅଧିକାରୀ ଲେଖାଯିବ ବୋଲି ରାଜି ହେଲେ ଓ ସରକାରଙ୍କୁ ତାର ନକଲ ପ୍ରେରଣ କରାଯିବ ବୋଲି ସମ୍ମତି ପ୍ରକାଶ କଲେ l
13 – ପଲ୍ଲୀ ବିକାଶ FPO ଦେଇଥିବା ନର୍ସରୀ ପ୍ରୋଜେକ୍ଟ କୁ ଯୋଗେନ୍ଦ୍ର ନାଥ ମହାପାତ୍ର, ଉପ ନିର୍ଦେଶକ, ଉଦ୍ୟାନ ବିଭାଗ, ବୌଦ୍ଧ ସରକାରଙ୍କୁ ନ ପଠାଇଥିବା ଯୋଗୁଁ, ତାକୁ ଫେରାଇ ଦେବାକୁ ବୈଠକ ରେ କୁହା ଗଲା l ସେ ମଧ୍ୟ ରାଜି ହେଲେ
14 -ଚାଷୀ ମାନଙ୍କୁ ତାଲିମ ଓ ମୀଟିଙ୍ଗ କୁ ଦୂରରୁ ଆସୁଥିବାରୁ ତାଙ୍କର ଗସ୍ତ ଖର୍ଚ୍ଚ ବ୍ୟବସ୍ଥା ରଖାଯାଉ l
15 – ଚାଷ ତଥା ଚାଷୀ କୁ ସରକାରୀ କର୍ମଚାରୀ, ସରକାର ଙ୍କ କୃଷି ଯୋଜନା କୁ ଆଗ୍ରହ ତଥା ତଦାରଖ ନ ଥିବାରୁ, ଗ୍ରାମାଞ୍ଚଳ ରୁ ଚାଷୀ ମାନେ, ଦାଦନ ଯାଉଛନ୍ତି ବୋଲି ମତ ପ୍ରକାଶ ପାଇଥିଲା l ଆଗାମୀ ଦିନରେ ଜ଼ିଲ୍ଲା ଅଧିକାରୀ ମାନେ, ପ୍ରାଧାନ୍ୟ ଦେବେ ବୋଲି କଥା ଦେଇଥିଲେ l
16 – ଯେମିତି, ବିନା ସାରରେ ଧାନ ହେବ ନାହିଁ l
ବିନା କୋଚିଂ ରେ ପାଠ ହେବ ନାଇଁ l
ବିନା ତାଲିମ ରେ ସଠିକ ଯୋଜନା କରିହେବ ନାଇଁ l
ବିନା ଇଚ୍ଛା, ଆଗ୍ରହ, ଓ ସହଯୋଗ ରେ ଚାଷୀ ର ଆୟ କୁ ବଢ଼ାଇ ହେବ ନାହିଁ l
ବିନା କ୍ଷେତ୍ର ପରିଦର୍ଶନ ରେ, କାର୍ଯ୍ୟାଳୟ ରେ report କେଖିବା ନାହିଁ l
ବିନା ଉପରିସ୍ଥ ସରକାରୀ ଅଧିକାରୀ ଙ୍କ ଆଦେଶ ରେ ସରକାରୀ ଚାକିରିଆ, ଯୋଜନା ଥିଲେ ବି, କାମ କରନ୍ତି ନାହିଁ l
ତେଣୁ ଜ଼ିଲ୍ଲା ସ୍ତରୀୟ ସରକାରୀ କର୍ମଚାରୀ, ସରକାର ଙ୍କ ଯୋଜନା କୁ କ୍ରିୟା ନୁୱେନ୍ନ କରିବା ପାଇଁ ଆଲୋଚନା ହେଲା ଓ ମତ ପ୍ରକାଶ ପାଇଲା
ଶେଷରେ ସମସ୍ତେ ଶପଥ ପାଠ କଲେ ଯେ :-
ଶପଥ ପାଠ : –
ମୁଁ, ଆଜି ମୋର ଇଷ୍ଟ ଦେବ ଙ୍କୁ, ସାକ୍ଷୀ ରଖି ଶପଥ କରୁଛି ଯେ, ମୁଁ ଚାଷୀ ପାଇଁ ଉଦିଷ୍ଟ ଯାହା ବି କାମ, ଯୋଜନା, ହେବ, ନିର୍ବାହ କରିବି l
ମୋର ଦ୍ୱାରା, ଯାହା ବି କାର୍ଯ୍ୟ ସମ୍ପାଦନ ହେବ, ମୁଁ କରିବି l
ସାଥି ହେବି l
ସଫଳ କରାଇବା ପାଇଁ, ପ୍ରୟାସ କରିବି l
ଚାଷୀ କୁ ସରକାର ଙ୍କ ସିଧା ସଳଖ ଯୋଜନା ରେ, ଅନ୍ତର୍ଭୁକ୍ତ କରିବା ପାଇଁ, ହଇରାଣ କିମ୍ବା ଉତକୋଚ ନେବି ନାଇଁ l
ଚାଷୀ କୁ ସଫଳତା ରେ ପହଞ୍ଚାଇବା ପାଇଁ, ଯଦି ତଦାରଖ ର ଆବଶ୍ୟକ ପଡେ, ତାହା ବିନା ଦ୍ଵିଧା ରେ ଜ୍ଞାନ ଓ କୌଶଳ ସହ, ସହଯୋଗ କରିବି l
ଚାଷୀ ର ଆୟ କୁ ବୃଦ୍ଧି ଦିଗରେ, ଶତତ ପ୍ରୟାସ ଜାରି ରଖିବି l
ଚାଷୀ ର ଉନ୍ନତି ରେ, ଦେଶ ର ଉନ୍ନତି l
ଜୈ ଯବାନ, ଜୈ କିଶାନ l
ଭାରତ ମାତା କି ଜୈ l😇🙏
