ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ବାଲ୍ୟ ବିବାହମୁକ୍ତ ସଚେତନତା କାର୍ଯ୍ୟକ୍ରମ।
ରିପୋର୍ଟର – ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା।
କାମାକ୍ଷାନଗର –
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ୍ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲ୍ୟବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେ ଆର ସି କାଉନସିଲର ସୁରେଶ କୁମାର ବିଶ୍ବାଳଙ୍କ ପରିଚାଳନାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।୧୮ ବର୍ଷ ରୁ କମ ନା ବାଳକବାଳିକା ମାନେ କିପରି ବାଲ୍ୟବିବାହ କରିବେ ନାହିଁ ସେଥିପାଇଁ ସଚେତନ କରାଯାଇ ସମସ୍ତଙ୍କୁ ସପଥ କାରାଯାଇଥଲା । ଆବଶ୍ୟକ ସ୍ଥଳେ ଏହାକୁ ପ୍ରତିରୋଧ କରାଯାଇ ଉପଯୁକ୍ତ ସରକାରୀ ଅଧିକାରୀ ଓ ପୁଲିସର ସହାୟତା ନେବାପାଇଁ ପରାମର୍ଶ ଦିଆଯାଇଥିଲା । ଶିକ୍ଷକ ଧ୍ରୁବଚରଣ ସୁନ୍ଦରାୟ , ଚନ୍ଦ୍ରମଣି ଲେଙ୍କା , ବାନାର୍ଜୀ ମହାନ୍ତି , ରୁଦ୍ରନାରାୟଣ ପରିଡା , ନିରଞ୍ଜନ ସାହୁ , ନିର୍ମଳ ମହାନ୍ତି , ସୌଭାଗ୍ୟ ସାହୁ , ଆକାଶ ରାଉତ ଶିକ୍ଷୟିତ୍ରୀ କବିତା ରାଉତ , ସୁମିତ୍ରା ଜେନା ,ପ୍ରଭାତୀ ସାହୁ , କର୍ମଚାରୀ ଗିରିଶଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
