ଗାନ୍ଧୀନଗର ରେ ଯାତ୍ରା “ଧଉଳି ଗଣନାଟ୍ୟ” :
କରଞିଆ ପଞ୍ଚାୟତ ଅନ୍ତର୍ଗତ ତଥା ଡିଆରଡିଓ ରାସ୍ତା ସଂଲଗ୍ନ ଗାନ୍ଧୀନଗର ଛକ ଠାରେ ଆଗାମୀ ୨୮ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମଞ୍ଚସ୍ଥ ହେବାକୁ ଯାଉଛି ଧଉଳି ଗଣନାଟ୍ୟର ଶ୍ରେଷ୍ଠ ନାଟକ ଚଣ୍ଡାଶୋକ, ସବୁ ଅଙ୍କ ଭୁଲ ହୋଇଗଲା, କିଏ କାନ୍ଦି ନାହଁ ହାତ ଟେକ। ଏହି ପରିପ୍ରେକ୍ଷୀରେ ବୀଣାପାଣି ଯାତ୍ରା କମିଟି ତରଫରୁ ସୂଚନା ଦିଆଯାଇଥିବା ବେଳେ, ଅନୁଷ୍ଠାନର ସଭାପତି ପଦ୍ମଲୋଚନ ପାତ୍ର, ସଂପାଦକ ହୃଦାନନ୍ଦ ନାୟକ, କୋଷାଧ୍ୟକ୍ଷ ପ୍ରତାପ ସିନ୍ଧୁ ପରିଡ଼ାଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ତିନି ଦିନ ଧରି ପରିବେଷଣ ହେବାକୁ ଥିବା ଯାତ୍ରା ଖୁବ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି କମିଟିର ସଦସ୍ୟ ବୃନ୍ଦ। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟି ତରଫରୁ ସବୁ ପ୍ରକାରର ସୁ ବ୍ୟବସ୍ତା କରାଯାଇଥିବା ବେଳେ, ଧଉଳି ଗଣନାଟ୍ୟର ଏବର୍ଷର ନାଟକ ଗୁଡ଼ିକ ପରିବେଷଣ ହୋଇ ଆସୁଥିବା ବିଭିନ୍ନ ସ୍ଥାନରେ ଦର୍ଶକଙ୍କ ଭିତରେ ବେଶ ଆଦୃତ ତଥା ଚହଳ ସୃଷ୍ଟି କରିଥିବା କହିଲେ ଅତ୍ୟୁକ୍ତି ହେବନାହିଁ।।।।
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
