*ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ପୁରାତନ ସଭ୍ୟତାର ସୂଚନା ଜ୍ଞାନ କୁ ଭବିଷ୍ୟତରେ ପାଥେୟ କରି ଶିକ୍ଷା, ଅର୍ଥନୀତି ଓ ସୁଶାସନ ନୂତନ ଶିକ୍ଷା ନୀତି ପଥ ପରିଦର୍ଶକ ହେବ ନେଇ ଜାତୀୟ ସେମିନାର ଅନୁଷ୍ଠିତ* ନୂଆପଡା (ମିଖାଏଲ ନନ୍ଦ)
. ନୂଆପଡା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ପୁରାତନ ସଭ୍ୟତାର ସୂଚନା ଜ୍ଞାନ କୁ ଭବିଷ୍ୟତରେ ପାଥେୟ କରି ଶିକ୍ଷା , ଅର୍ଥନୀତି ଓ ସୁଶାସନ ନୂତନ ଶିକ୍ଷା ନୀତି ପଥ ପରିଦର୍ଶକ ହେବ ନେଇ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଅଛି। ବିକଶିତ ଭାରତ ୨୦୪୭ ଏକ ଦୃଷ୍ଟିକୋଣ ବିଷୟ ରେ ଆଲୋଚନା ହୋଇ ନୂତନ ଭାରତ ଗଠନ ରେ ଯୁବ ପୀଢ଼ି ଙ୍କ ଭାଗିଦାରୀ । ଦୁଇ ଦିନ ବ୍ୟାପୀ ଏହି ଜାତୀୟ ସେମିନାର ରେ ଡଃ. ଫାନିନ୍ଦମ୍ ଦେଓ, ଅବସର ପ୍ରାପ୍ତ କମିଶନର ଶ୍ରିକାନ୍ତ ଚାଟାର୍ଜୀ ଯୋଗ ଦେଇଥିବା ବେଳେ କଲେଜ୍ ଅଧକ୍ଷ ପ୍ରଶାନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଅତିଥି ରୂପେ ଭବାନୀପାଟଣା ମା ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ କୁଳପତି ନିବେଦିତା ନାଥ ଯୋଗ ଦେଇ ସଭାରେ ରାଜନୀତି ବିଜ୍ଞାନ ଅଧ୍ୟାପକ ସୁନିଲ ପାଢୀ ମଞ୍ଚ ପରିଚାଳନା କରିଥିବା ବେଳେ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷ ରଣବୀର ସିଂ ଯୋଗ ଦେଇଥିଲେ। ଦିତୀୟ ଅଧ୍ୟାୟ ରେ ଅନେକ ବିଷୟ ନେଇ ଆଲୋଚନା ହେବା ସହ ପ୍ରଧାନମନ୍ତ୍ରୀ ଉଷା ଯୋଜନା ସହାୟତା ରେ ଜାତୀୟ ସେମିନାର ଉଦ୍ଘାଟିତ ହୋଇ ଯାଇଅଛି। ଲୋହିତାକ୍ଷ ଯୋଷୀ, ଡ଼ ପଦ୍ମଲୋଚନ ବର୍ମା, ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ
