*ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଛାତ୍ରୀ ଙ୍କ ତିନି ଦିନିଆ ଷ୍ଟଡି ଟୁର ଗସ୍ତ, ୨୧ ଜଣିଆ ପ୍ରତିନିଧି ଦଳ ଗସ୍ତ କରି ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ବିଶ୍ଵ ପ୍ରସିଦ୍ଧ କାଳ ଓ ସ୍ଥାପତ୍ୟ ପରିଦର୍ଶନ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଛାତ୍ରୀ ଙ୍କ ତିନି ଦିନିଆ ଷ୍ଟଡି ଟୁର ଗସ୍ତ, ୨୧ ଜଣିଆ ପ୍ରତିନିଧି ଦଳ ଗସ୍ତ କରି ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ବିଶ୍ଵ ପ୍ରସିଦ୍ଧ କାଳ ଓ ସ୍ଥାପତ୍ୟ କେନ୍ଦ୍ର ପରିଦର୍ଶନ କରିବେ। ଆଜି ଖଡିଆଳ ବସ ଷ୍ଟାଣ୍ଡ ରୁ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଯୋଗ ଦେଇ ସମସ୍ତ ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ସଙ୍ଗଠିତ ଏବଂ ବ୍ୟବସ୍ଥିତ ଢଙ୍ଗରେ ଯାତ୍ରା କରିବା ସହ ଶିକ୍ଷା କୁ ଅଙ୍ଗେ ନିଭାଇ ଶୃଙ୍ଖଳିତ ଯାତ୍ରା କରିବାର ଏକ ପ୍ରୟାସ ମାତ୍ର ବୋଲି ଆହ୍ବାନ କରିଥିଲେ। ଶିକ୍ଷା ଚାରି କୋଠରୀ ମଧ୍ୟରେ ଆବଦ୍ଧ ନ ହୋଇ ବାହ୍ୟ ଜଗତରେ ନାଗରିକଙ୍କ ଭୂମିକା ଉପରେ ଶିକ୍ଷଣୀୟ ବିଷୟ ବସ୍ତୁକୁ ଗ୍ରହଣ କରିବାକୁ ଆହ୍ବାନ କରିଥିଲେ। ଅଧ୍ୟାପିକା ସ୍ୱରୂପା ରାଣୀ କୁମାର, ଅଧ୍ୟାପକ ଦୁର୍ଯ୍ୟୋଧନ ଭୋଇ, ଘନଶ୍ୟାମ ସହରିଆ, ପାଙ୍କଜିନୀ ବିଶି, ରେବତୀ ନାଏକ, ସଂଜୟ ଦର୍ଜି, ବିକ୍ରମ ସେଠୀ ପ୍ରମୁଖ ଯୋଗ ଦେଇ ଶିକ୍ଷାଗତ ଯାତ୍ରା ରେ ସାମିଲ ହୋଇଛନ୍ତି। ଏହି ସୁଯୋଗ ସୃଷ୍ଟି କରିବା ପାଇଁ ଅଭିଭାବକ ମାନେ ମଧ୍ୟ କୃତଜ୍ଞତା ଜଣାଇ।
