ସୋରରେ ୱାନ ଗ୍ରାମ ଜୁଏଲାରୀ ଦୋକାନରୁ ସଟର ଭାଙ୍ଗି ଚୋରି: ସାଇଣ୍ଟିକଫିକ ଟିମ ସହ ପୁଲିସର ତଦନ୍ତ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): କିଛି ଦିନ ବ୍ୟବଧାନ ପରେ ପୁଣି ସୋରରେ ଚୋର ମାନେ ତାଙ୍କ ପାଦ୍ରୁଭାବ ଦେଖାଇଛନ୍ତି। ୱାନ ଗ୍ରାମ ଜୁଏଲାରୀ ଦୋକାନର ସଟର ଭାଙ୍ଗି ଚୋରି। ସୋର ପୌରପାଳିକା ଅନ୍ତର୍ଗତ କଲେଜ ଛକରେ ଥିବା ଆର ୩ ଜୁଏଲାରୀରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ କଲେଜ ଛକରେ ୱାନ ଗ୍ରାମ ଜୁଏଲାରୀ ଦୋକାନ କରିଥିବା ଦେବେନ୍ଦ୍ର ଖଟୁଆ ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। କିନ୍ତୁ ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କ ଦୋକାନର ସଟର ଭଙ୍ଗା ଯାଇଥିବା ଦେଖି ତାଙ୍କୁ ଖବର ଦେଇଥିଲେ। ଖବର ପାଇ ଦେବେନ୍ଦ୍ର ଦୋକାନରେ ପହଞ୍ଚିବା ପରେ ତାଙ୍କ ଦୋକାନରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଯାଇଥିବା ଜାଣି ପାରି ସୋର ପୁଲିସକୁ ଖବର ଦେଇଥିଲେ। ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଥିଲେ। ଏ ବାବଦରେ ଦେବେନ୍ଦ୍ର ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଅପରାହ୍ନରେ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
